ଡେଣା ମାନଙ୍କ ସ୍ୱପ୍ନ - ଦୀନବନ୍ଧୁ ବେଜ



ପ୍ରତିଯୋଗିତା ଉଡାଣର......
ନୂଆକରି ଖଣ୍ଡିଉଡା ଠାରୁ 
ଉଡାରେ ପୋଖତ ଅଭିଜ୍ଞ ମାନେ,
ସଭିଏଁ ତୟାର ମୈଦାନରେ
କାହାର ଉଡିବାକୁ ଇଚ୍ଛାନାହିଁ   !
କେଉଁ ବାପ ନଚାହିଁବ 
ସନ୍ତାନ ଘୋଡା ଚଢିବାକୁ...।
ଏବେ କିନ୍ତୁ ଡେଙ୍ଗୁରା ବାଜୁଛି
ମନା କରାଯାଉଛି ସ୍ବପ୍ନ ଦେଖିବାକୁ, 
ପାଦର ଘୁଙ୍ଗୁର ଶବ୍ଦପରି
ସବୁ ଶବ୍ଦମାନେ ଆଉଟୁପାଉଟୁ,
 ସୁବର୍ଣ୍ଣ ଥାଳିରେ ଅନ୍ନ ପରଷିବାକୁ
ସ୍ଵାର୍ଥ ପାଇଁ  ରାଜକୋଷ ଖୋଲା ।
ତଥାପି ନଉଡ଼ିବାକୁ ତାଗିଦ 
ଭଗ୍ନ କରିବାକୁ ଉନ୍ନତିର ଡେଣା
ଘାତକ ମାନେ ଶସ୍ତ୍ର ଧରିଛନ୍ତି, 
ବାହାନାର ଧାରୁଆ ଅସ୍ତ୍ର ପ୍ରସ୍ତୁତ
ଶୁଷ୍କ ଡାଳେ ଫଲ୍ଲବିତ ଶାଖା
ନତ ମସ୍ତକରେ ଶଙ୍କାଗ୍ରସ୍ଥ ,
କାହିଁକିନା ପ୍ରଜାପତିର ରଙ୍ଗ
ଚୋରି ହେବାର ସଂଭାବନା ଅଛି  ।
ଲୁପ୍ତ ହୋଇପାରେ ସବୁ ଢ଼ଙ୍ଗ 
ସବୁ ନାଁ ନେଇପାରନ୍ତି ବିଶ୍ଵକର୍ମା ,
ସେଥିପାଇଁ ତ ନିୟମାବଳୀ
ନଥିପତ୍ର ଆଇନ କାନୁନ ଏବଂ
ବିତଣ୍ଡା ଯୁକ୍ତିମାନେ ଲାଉ ହୋଇ
ଘୂରି ବୁଲୁଛନ୍ତି ପାପମାନଙ୍କ ପିଠିରେ ।
ମହାବାତ୍ୟା ଏବଂ ମହାମାରୀ
ଚାହିଁବି ପଛକୁ ଫେରାଇ ପାରିନାହିଁ,
ଛାର ପାମରମାନେ ଏବେ 
ଲିଭାଇ ପାରିବେକି ସୂର୍ଯ୍ୟଦୟକୁ ?
ଯାହାକୁ ଗଢିବେ ସାଇଁ...............
ତା'କୁ କେହି ଭାଙ୍ଗି ପାରିବେ ନାହିଁ    ।
 

                    ମାଲାକାନଗିରି
         ଭ୍ରାମ୍ୟଭାଷ:-୭୬୮୩୯୨୦୨୨୧

Post a Comment

0 Comments