ନାରୀ - ହରିହର ଭୂକ୍ତା

ଐତ୍ୟହ ଦେବ ଭୁଇଁ ଜଗତରେ ବିଖ୍ୟାତ

ନାରୀ ଆଜି ଏଠି ଲାଞ୍ଛିତ, ବାଞ୍ଛିତ

ପୁରାଣ ପୃଷ୍ଠାରେ ସମ୍ମାନ ମିଳୁଛି

ବାସ୍ତବ କ୍ଷେତ୍ରରେ ଧର୍ଷିତା ହେଉଛି

ମନ୍ଦିରେ ମାଆକୁ ସୁନା ଶାଢୀ ଦେଇ

ଜୀବିତ ମାଆର ଇଜ୍ଜତ ଲୁଟଇ

ଧନ୍ୟ ଆମ ଐତ୍ୟହ ଭୁଇଁ

ରାଜନୀତି ନାମରେ ଗୋବର ଫୋପଡା

ଚାଲିଛି ଏଠାରେ ଭାଇ

ଧନ୍ୟ ଆମ ଐତ୍ୟହ ଭୁଇଁ

ରାମ ରାଜ୍ୟ ବୋଲି ଜଗତ କହୁଛି

ଭାରତ ବରଷ ପରବ ପାଳୁଛି

ନିଃଷ୍ପାପ ଶିଶୁଟି ଧର୍ଷିତା ହେଉଛି

ଫୁଟିବା ଆଗରୁ ମଉଳି ଯାଉଛି

ପିତା,ମାତାଙ୍କର କେତେ ଯେ' ସେ

ନୟନ ଲୁହରେ ହୁଏ କି' ପୁରଣ

ରାମ ରାଜ୍ୟ ଧନ୍ୟ ଧନ୍ୟ

ଗୋଦର ଶିକ୍ଷିତ ଦେଶରେ ବଢିଲେ

ଏଭଳି ହୁଏ କରାଣ

ରାମ ରାଜ୍ୟ ଧନ୍ୟ ଧନ୍ୟ ।

ନାରୀର ଗରଭୁ ଜନମ ଲଭିଛୁ

ନାରୀର ବକ୍ଷରୁ ଅମ୍ବୃତ ପିଇଛୁ

ନିଚ କାମ କରୁ ବାସନାରେ ଅନ୍ଧ

ଦୁରାଚାରୀ ,ଅତ୍ୟାଚାରୀରେ କାମାନ୍ଧ

ଜାୟା, ଭଗିନୀର ସମ ମଣୁ ନାହୁଁ

ପଶୁତ୍ବ ପ୍ରକୃତି ହୃଦେ ଅଛି କାହୁଁ

ନାରୀ ଦୁର୍ବଳା ତୁ' ନୋହୁଁ

ଦୁର୍ଗା ରୁପ ଧରି ଦାନବ ସଂହାର

ଏତେ କଷ୍ଟ କାହିଁ ସହୁ

ନାରୀ ଦୁର୍ବଳ ତୁ' ନୋହୁଁ ।।


ହରିହର ଭୂକ୍ତା

ରାକସ, ତାଳଚେର, ଅନୁଗୁଳ 

ମୋ - 8917636422

Post a Comment

0 Comments