ପବନରେ ଉଡ଼ି ଉଡ଼ି ଚାହେଁ ସାଥୀ
ଯିବାକୁ ତୁମରି ଗାଆଁକୁ
ଆଜି କାହିଁ ଇଛା ହୁଏ ଛୁଇଁବାକୁ
ତୁମ ଗାଆଁ ପାଦଦେଶକୁ
ତୁମରି ଗାଆଁ ମଳୟ ପବନରେ
ଦେହ ମୋ ମହକି ଯାଉଛି
ଆଜି ଆଖି ମୋ ତୁମକୁ କାହିଁ ଖୋଜେ
ତୋ ନବ ରୂପ ଦେଖିବା ପାଇଁ
ତୋ ଗାଆଁ ର ସମୁଦ୍ର ତଟଣୀ ଠାରେ
ପାଦ ମୋ ଅଟକି ଯାଉଛି
ଝାଉଁ ବଣର ତରଙ୍ଗିତ ପବନ
କାନେ କିଛି କହି ଯାଉଛି
ତୋ ହାତର ଆଇନା ହୋଇ ରହିବି
ଦେଖୁଥିବି ତୋ ଚନ୍ଦ୍ରମୁଖଃ
ମଥାରେ ତୋର ବିନ୍ଦୁ ହୋଇ ରହିବ
ତୋ ମଥାରେ ଶୋଭାପାଇବି
ତୋ ହାତ ଚୁଡ଼ିଟିଏ ହୋଇ ରହିବି
ତୋ ପ୍ରେମ ଗୀତ ମୁଁ ଗାଇବି
ତୋ ପାଦର ଅଳତା ହୋଇ ରହିବି
ତୋ ପଦ୍ମରେ ସ୍ଥାନ ପାଇବି
ପବନରେ ଉଡ଼ି ଉଡ଼ି ଚାହେଁ ସାଥୀ
ଯିବାକୁ ତୁମରି ଗାଆଁକୁ
ପବିତ୍ର ବେହେରା
ବାହାଲପୁର, ଗଞ୍ଜାମ
୭୭୮୮୮୮୬୬୦୨




0 Comments