ମନ ଖୋଜୁଥାଏ ମନ ସାଥୀ ଟିଏ
ରାତି ଖୋଜୁଥାଏ ଜହ୍ନ ,
ତୁମ ସାଥେ ଟିକେ ଦେଖା କରିବାକୁ
ବାହାନା ଖୋଜେ ଏ ମନ |
ଆଖି ଖୋଜେ ମୋର ତୁମ ପ୍ରତିଛବି
କାନ ଖୋଜେ ତୁମ କଥା ,
ହୃଦୟ ଖୋଜେ ମୋ ତୁମ ହୃଦୟକୁ
କହିବାକୁ ମନ ବ୍ୟଥା |
ଚାହିଁ ବସିଥାଏ ତୁମରି ବାଟକୁ
ଆସିବ ବୋଲି ତ ଦିନେ ,
ଅତିତର ସେଇ ଅଭୁଲା ସୃତି କୁ
ଭାବୁଥାଏ ମନେ ମନେ |
ଛାତିର ସ୍ପନ୍ଦନ ଆସେ ଯେତେ ଥର
ଏଇ ମୋର ଜୀବନରେ ,
ରାତି ଦିନ ତୁମ କଥା ମନେପଡ଼େ
ପ୍ରତିଟି ମୁହୁର୍ତ୍ତ ରେ |
ମନ ମୁଁ ଦେଇଛି ହୃଦୟ ଦେଇଛି ଜି
ଆଉ ଯାହା ଅଛି ଦେବି ,
ଆସିଲେ ବି ଆସୁ ଯେତେ ଝଡ଼ ଝଞ୍ଜା
ତୁମରି ସାଥୀରେ ଥିବି |
ଚନ୍ଦନ ସାହୁ
ହାତିଖୋଜ (ବେଲସା ପଡା)
କେସିଙ୍ଗା , କଳାହାଣ୍ଡି




0 Comments