ରହିଛି ଯମୁନା କୂଳ,
ଅଛି ବୃନ୍ଦାବନ
କାହିଁକି ଶୁଭେନା କାହ୍ନା
ତୋର ବଂଶୀଶ୍ବନ।,,,
ଝୁରୁଛି କଦମ୍ବ ଡାଳ
ଝୁରୁଛି ଯମୁନା
ରାଧାରାଣୀ ଯାଉନାହିଁ
କରିଛୁକି ମନା।
କାଳନ୍ଦୀ ହ୍ରଦରେ କଲୁ
କାଳୀୟ ଦଳନ
ମଧିପୁରେ କଂସ ମାମୁଁ
ହୋଇଲା ନିଧନ।
ରହିଛି ଯମୁନା କୂଳ
ଅଛି ବୃନ୍ଦାବନ।,,,,,,
ଯମୁନା କୂଳ ଛାଡିଲୁ
ଆସି ନିଳାଚଳ
ଭକତଙ୍କ ମେଳେ ସଦା
ଲାଗିଲା ଗହଳ।
ବଡ ଦେଉଳେ କାହିଁକି
ବସିଛୁ ମଉନ
ବଡ ପ୍ରଭୁ ବୋଲି ଉଡେ
ପତିତପାବନ।
ରହିଛି ଯମୁନା କୂଳ
ଅଛି ଵୃନ୍ଦାବନ।,,,,,
ଆସିଛି ରାକ୍ଷସୀ ଏବେ
ଦେଉଛି କଷଣ
ଚକ୍ରରେ କାଟି 'ତା ଶିର
କରହେ ନିଧନ।
ରହିଛି ଯମୁନା କୂଳ
ଅଛି ବୃନ୍ଦାବନ
କାହିଁକି ଶୁଭେନା କାହ୍ନା
ତୋର ବଂଶୀଶ୍ବନ
ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ନୟାଗଡ




0 Comments