ହେ ପତିତପାବନ, ଭୟ ଦୂରକର - କଳ୍ପନା ରାୟ


                          


ତୁମେ ଦାରୁବ୍ରହ୍ମ ଦାରୁଦିଅଁ
ଦାରୁ ଆସିଲା ସାଗର ଵାଟେ
କହି ପାରିବକି ହେ ପରଂବ୍ରହ୍ମ
କାହିଁକି ସାଗର ଦିଅଇ ଛାଟେ

ତୁମେ ବସିଅଛ ସିଂହଦ୍ଵାର କିଳି
ମାଡ଼ି ଆସୁଅଛି ୟସ୍ ଵାତ୍ୟାଟେ
ଜଗା କାଳିଆ ବୋଲି ଭକ୍ତ ବାଉଳି
ଡରି ଡରି ଡାକି ଦିନ ତା କଟେ

ଦୀନଙ୍କର ଵନ୍ଧୁ ଆହେ ଜଗବନ୍ଧୁ
ଆଜି କି ଡରରେ ଦୀନ ତ ଦେଖ
କରୋନା ଖାଉ କି ବାତ୍ୟା ଵିନାଶୁ
ପତିତପାବନ ନାମ ଯଶ ‌ରଖ

ତୁମ ନିରଞ୍ଜନ ସତ୍ୟ ସନାତନ
କି ଭୟେ ବଞ୍ଚିଛି ତୁମରି ସୃଷ୍ଟି
ଭୟ ଦୂରକର ହେ ଭୟନାଶନ
ଗଛଵୃଛ ପଶୁପକ୍ଷୀ ମାନବ ରଖି

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା, ସମ୍ବଲପୁର

Post a Comment

0 Comments