ରୂପ ତା ସୁନ୍ଦର ମାର୍ଜିତ ବେଭାର
ଯୌବନର ମାଦକତା
ମନେ ମନେ ତାକୁ ଭଲ ପାଇଗଲି
କଳ୍ପନାରେ କେତେ କଥା l 1l
ଥରୁଟେ ଦେଖାରେ ମନ ବିକି ଦେଲି
ଭାବନାରେ ହଜି ଗଲି
ସାରା ଦୁନିଆଟା ମିଠା ଲାଗେ ଆଜି
ଭଲ ମନ୍ଦ ଭୁଲି ଗଲି l 2l
ମନେ ମନେ ହସେ କେତେ କଥା ଭାବେ
ଆଖି ମୋର ନୀଳ କଇଁ
ସ୍ବପ୍ନ ରାଇଜରେ ହଜି ଯାଏ ମୁଁ ଯେ
ପ୍ରିୟର ପଥକୁ ଚାହିଁ l 3l
ମୋ ହୃଦୟେ ତାର ନାମ ଲେଖି ଦେଲି
ଖୁସିରେ ନାଚେ ମୋ ମନ
ଗାଁ ମାଇପୀଙ୍କ ଟୁପୁରୁ ଟାପୁରୁ
ଡରରେ କଟୁଛି ଦିନ l 4l
ବାପା ମା ମୋର ଯଦି ଜାଣି ଦେବେ
ଜଳି ଯିବି ମୁଁ ଲଜ୍ଜାର
କି ଉତ୍ତର ଦେବି ସେମାନଙ୍କୁ ପରା
ଘୁରି ଯାଏ ମଥା ମୋର l 5l
ତଥାପି ସାହସ ମନରେ ବାନ୍ଧିଛି
ଡରିବି ନାହିଁ କାହାକୁ
ସତ୍ୟ ଦିନେ ପରା ଉନ୍ମୋଚନ ହେବ
ବୁଝାଇ ଦେବି ସଭିଙ୍କୁ l 6l
ସାଗର କୂଳରେ ବୁଲୁ ଥିଲା ବେଳେ
ତା ନାମକୁ ଲେଖି ଦେଲି
ଶଲୀଳ ଢେଉରେ ସେତ ଧୋଇ ଗଲା
ମନ ଦର୍ପଣେ ଲେଖିଲି l 7l
ଲାଜ ଶର୍ମ ସବୁ ଛାଡି ଗଲା ଦିନେ
ତା ନାମକୁ କହି ଦେଲି
ନିନ୍ଦା ପ୍ରଶଂସାର ଉର୍ଦ୍ଦରେ ରହି ମୁଁ
ମୋ ମନକୁ ତାକୁ ଦେଲି l 8l
:::::::: * :::::::
ବାସନ୍ତୀ ଲତା ଜେନା
ଶିକ୍ଷୟିତ୍ରୀ
ସା : ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
ନବରଙ୍ଗପୁର, ପିନ : 764059
ହ୍ୱାଟ୍ସଅପ ନଂ : 9437432921
ମୋ : 8658655979




0 Comments