ଗଛ ହାଣି ପଦା କରିଲ
ଟିକେ ଭାବିଲ ନାହିଁ
ଭାବିଲେ କି ହେବ ପଛରେ
ଆଉ ମୁକତି କାହିଁ।
ଗଛ ଦେଉଥିଲା ଆମକୁ
ଫୁଲ ଫଳ ଓ ଛାଇ
ଔଷଧୀୟ ଅମ୍ଳଜାନ ଯେ
ଦେଉଥିଲାଟି ସେହି।
ବହୁ ମୂଲ୍ୟବାନ ସମ୍ପଦ
ଥରେ ହରାଇ ଦେଇ
କୁମ୍ଭିର କାନ୍ଦଣା କାନ୍ଦୁଛୁ
ମିଛେ କାହିଁକି ଭାଇ।
ଗଛକୁ ଗଛ ଯୋଡ଼ି ହୋଇଲେ
ଗଢ଼ି ଉଠଇ ବଣ
ବାଦଲ ବାଜି ବଣ ଦେହରେ
ବରଷା ହୁଏ ଜାଣ।
ଜଙ୍ଗଲ କାଟି କରିଲ ସଫା
ବରଷା ହେବ କାହୁଁ
ବରଷା ବିନା ଜୀବଜଗତ
ଲୁଚିବେ ଚାହୁଁ ଚାହୁଁ।
ବେଳହୁଁ ଜଗି ଗଛ ରୋଇଲେ
ନୂଆ ଜଙ୍ଗଲ ହେବ
ଜୀବ ଜଗତ ହସି ଉଠିବ
ଖୁସିରେ ଦିନ ଯିବ।
କବୀର ପୁର, ଯାଜପୁର।




0 Comments