ମୋ ରାତିର ସ୍ୱପ୍ନ ତୁମେ - ଅଜୟ କୁମାର ମହାନ୍ତି


ମୋ ରାତିର ସ୍ୱପ୍ନ ତୁମେ 
ମୋ ଦିନର ଗଳ୍ପ ତୁମେ 
ମୋ କଲମର କବିତା ବି ତୁମେ। 
ସକାଳ ଆସିଲେ ନିଦ ଭାଙ୍ଗିଯାଏ 
ସପନ ଯେ ରହେ ଦୂରେ 
ସଞ୍ଜ ଗଡ଼ିଗଲେ ଅନ୍ଧାର ଘୋଟଇ
ଗଳ୍ପ ସବୁ ଶେଷେ ସରେ। 
କଲମରୁ କାଳି ସରି ଗଲେ ଥରେ 
କବିତା ରୁହଇ ଅଧା 
ସପନ ଦେଖିବା କବିତା ଲେଖିବା 
ଗଳ୍ପରେ ପଡ଼ଇ ବାଧା।

ଅଜୟ କୁମାର ମହାନ୍ତି
ହରିପୁର, କବୀର ପୁର, ଯାଜପୁର

Post a Comment

0 Comments