ପତିତପାବନ - ସୁଜାତା ରାଣୀ ଶତପଥୀ




ପତିତପାବନ ନୀଳଚକ୍ରେ ରହି
      ସଦା ଉଡ଼ୁ ଥାଉ ପ୍ରଭୁ
ପ୍ରକୃତି କରାଳ ରୂପ  ବଦଳାଇ 
         ଅଦୃଶ୍ୟ ହୋଇବ ସେ'ଠୁ  ।

ପତିତପାବନ ପତିତ ଜନ କୁ
     ଅଛି ଉଦ୍ଧାରିବା ପାଇଁ
ପତିତ ନ ଥିଲେ  ଅଦରକାରୀ ସେ
       ନାମ କିଏ ଧରେ ନାହିଁ ।

ତା' ନାମ ଧରିଲେ ମୁକ୍ତି ହୁଏ ଜନ
      ହୃଦୟେ  ରଖେ ତା' ନାମ
ପ୍ରତି ମୁହୂର୍ତ୍ତ ରେ ନାମ ଡାକୁ ଥାଏ
     ସାର୍ଥକ ପାଇଁ ଜୀବନ ।

ଦର୍ଶନେ ଲାଗଇ ଦୁର୍ଲଭ ସମ୍ପଦ
       ଆତ୍ମା କୁ ଲାଗଇ ତୃପ୍ତି
ହସ୍ତ ପ୍ରସାରିତେ  ଆଶିଷ ଦେଉଛ
         ଭକ୍ତ ହୃଦେ ଦେଖି ଭକ୍ତି ।

ଯେବେ ଦର୍ଶନ ରେ ମିଳଇ ସୁଯୋଗ
      ମନେ ଆଙ୍କି ଦିଏ ଛବି
ସ୍ମୃତି ଛବି  ତୁମ ସାଉଁଟୁଛି  ସଦା
      ରୂପ ତୁମ ଭାବି ଭାବି ।

ଭକ୍ତ ଯେବେ ବାନ୍ଧେ  ପତିତପାବନ
       ନୀଳଚକ୍ର ପାଖେ ରହି
ଭାବ ବନ୍ଧନରେ ମନ ମୁ6ଗ୍ଧ  ଫେରେ
        ଜଞ୍ଜାଳ କୁ ଯାଏ ସହି  ।

ଅତୀତ ଦର୍ଶନ ଭାବ ରେ ଥିଲା କି
      ଅଭାବ ହୋଇଲା ଆଜି
ଦର୍ଶନ ପାଇଁ ମୋ ନିତି ଖୋଜେ ମନ
       ତୁମ ନାମ ଭଜି ଭଜି ।


ସୁଜାତା ରାଣୀ ଶତପଥୀ
ଶିକ୍ଷୟିତ୍ରୀ
ଦିଗପହଣ୍ଡି, ଗଞ୍ଜାମ

Post a Comment

0 Comments