ଅକ୍ଷୟ ତୃତୀୟା - ରୀକ୍ଷିରାମ ମେହେର



ଓଡିଶା ମାଟିରେ ବାରଟି ମାସରେ
ପଡଇ ତେରଟି ପର୍ବ 
ସେ' ତେର ପର୍ବରେ ଅନୁକୂଳ ଅଟେ 
ଅକ୍ଷୟ ତୃତୀୟା ପର୍ବ |

ରସମୟ ଅଟେ ଅକ୍ଷୟ ତୃତୀୟା
ଏ' ଅମୃତମୟ ତିଥି 
କେତେ ଇତିହାସ ରହିଛି ଏହାର
କହୁଛି ଶୁଣରେ ସାଥି |

ସୃଷ୍ଟିକର୍ତ୍ତା ବ୍ରହ୍ମା ଆରମ୍ଭ କରିଲେ
ସୃଷ୍ଟି କାର୍ଯ୍ୟ ଏହିଦିନେ
ଚାରୋଟି ଯୁଗର ଆରମ୍ଭର ତିଥି
ଏହି ଅକ୍ଷୟ ଭୁବନେ |

ସୂର୍ଯ୍ୟ ଦାନକଲେ ଅକ୍ଷୟ ପାତର
ପଞ୍ଚୁପାଣ୍ଡବଙ୍କୁ ଜାଣ
ଏ' ଅକ୍ଷୟ ପାତ୍ର ପଛେ କରିଦେଲା 
ଦୁର୍ବାସା ଶାପୁ ତାରଣ |

'ମହାଭାରତ'ର ଲେଖନୀ ଆରମ୍ଭ
ଏହି ପୂଣ୍ୟଦିନେ ଭାଇ
ବେଦବ୍ୟାସ କଣ୍ଠ ଶ୍ରୀଗଣେଶ ଲେଖା
କିଏ ବା' ନଜାଣେ କାହିଁ |

ଅକ୍ଷୟ ତୃତୀୟେ ଗଙ୍ଗାଦେବୀ ଜାତ
ଏ' ଅଟେ ସୂତର ଧାରା
ଏହିଦିନେ ଯିଏ ଗଙ୍ଗାସ୍ନାନ କରେ
କ୍ଷୟ ହେବ ପାପଭାରା |

ଏ' ଦିନେ ଆରମ୍ଭ ଚନ୍ଦନ ଯାତରା 
ନୀଳାଚଳେ ବାଜେ ବାଜା 
ଧନ ସମ୍ପତ୍ତିର ମାଲିକାସନରେ 
କୁବେର ହୋଇଲେ ରାଜା |

ସଭିଏଁ ବୁଣନ୍ତି ଶୂକମଞ୍ଜି ବିଲେ
ଅକ୍ଷୟ ଫଳକୁ ଚାହିଁ
ଧନଧାନ୍ୟ ପାଇଁ ଦେବଙ୍କୁ ସ୍ମରନ୍ତି
ଧୂପ ଦୀପ ଜାଳିଦେଇ |

କେତେ କହିଲେ ବି ନସରେ ଏହାର
ଇତିହାସଭରା କଥା 
ଜାଣିଥା'ରେ ମିତ କିଛି କିଛି କଥା 
ଯାହା ଲେଖା ଅଛି ଗାଥା |


ରୀକ୍ଷିରାମ ମେହେର
କୋକସରା, କଳାହାଣ୍ଡି

Post a Comment

0 Comments