ୟସ୍ ଝଡ଼ - ଅଜୟ କୁମାର ମହାନ୍ତି


ଖରାବେଳେ ଖରା ତାତି ଏବେ
ସହି ତ ହୁଏନା ଆଉ
ଘର ଭିତରଟା ଅସହ୍ୟ ଗରମ
ବାହାରେ କରୋନା ଦାଉ।
ସହି ହୁଏ ନାହିଁ ଦାରୁଣ ଯନ୍ତ୍ରଣା
ପାଖେ ପାଖେ ମୃତ୍ୟୁ ଭୟ
ଘରୁ ବାହାରିବା ମନା ହୋଇଅଛି
ଗରମ ଅତି ଅସହ୍ୟ।
ଆଗକୁ ଆସୁଛି ଯାସ୍ ବାତ୍ୟା ପୁଣି
ଛାତିରେ ଛନକା ପଶେ
ବେଳ ଥାଉ ଥାଉ ସତର୍କ ନହେଲେ
ବିପଦ ଘଟିବ ଶେଷେ।
ସରକାରଙ୍କର ପ୍ରସ୍ତୁତି ଚାଲିଛି
ବାତ୍ୟା ମୁକାବିଲା ପାଇଁ
ସର୍କାରୀ ବ୍ୟବସ୍ଥା ଆପଣାଇ ନେବା
ହଇରାଣ ହେଵା ନାହିଁ।

ଅଜୟ କୁମାର ମହାନ୍ତି,ହରିପୁର
 କବୀର ପୁର, ଯାଜପୁର।

Post a Comment

0 Comments