ଦାୟକର ଜଗନ୍ନାଥ - ନନ୍ଦିନୀ ରାଉତ



         ପବିତ୍ର ଭାରତ ମାତା
    କାନ୍ଦେ ଅବିରତ
ଅସମୟେ ଚାଲିଯାନ୍ତି
    ତାର ସୁତା ସୁତ...1

କରୋନା ରାକ୍ଷସୀ ଏବେ
    ହୋଇ ଭୟଙ୍କର
ମାରିଦିଏ ଭାରତର
    କେତେ ନାରୀ ନର...2

ସ୍ତବ୍ଧ ଆଜି ବିଶ୍ୱ ହୁଏ
   ଦେଖି ଏ କଷଣ
ଦେଖା ନୁହେଁ ଯେଉଁ ରୋଗ
     ନେଉଛି ଜୀବନ...3

ଅସହାୟ ନାରୀ ନର
    ଯୋଡ ହସ୍ତ ହୋଇ
ଚତୁର୍ଦିଗେ ଶୁଭୁ ଅଛି
   ଖାଲି ତ୍ରାହି ତ୍ରାହି...4

ବଂଶ ନାଶ ହୁଏ କା, ର
   କା, ର ପୁତ୍ର ଯାଏ
ସଦ୍ୟ ବିବାହିତା ନାରୀ
   ବିଧବା ଯେ ହୁଏ...5

ପୁତ୍ର ର ନିଧନ ଦେଖି
   ମାତା ଯାଏ ମରି
ଗୁମୁରି ଗୁମୁରି କାନ୍ଦେ
   ମାତା ବସୁନ୍ଧରୀ...6

ଦୟାକରି ଜଗନ୍ନାଥ
   ରଖ ଏ ଜଗତ
ତୁମ୍ଭ ପାଦେ ଶରଣ ଯେ
   ଏ ବିଶ୍ୱ ଜଗତ...


ନନ୍ଦିନୀ ରାଉତ 

Post a Comment

0 Comments