ବନ୍ଧୁ ତୁମେ ନୁହେଁ ମୋର
ଆଜିର କାଲିର
ବନ୍ଧୁ ତୁମେ ମୋର ପରା
ସବୁ ଜନମ ର
ମାରି ଠେଲି ବିଦା କଲେ
ଧରିବି ମୁଁ ପାଦ ତୁମର
ବନ୍ଧୁ ତୁମେ ନୁହେଁ................... ll
ତୁମ ସାଥେ ବନ୍ଧୁ ଭାବ
ଚିରକାଳ ପାଇଁ ଥିବ
ଯେତେ ଦୂର କଲେ ତୁମେ
ଧରିବି ପାଦ ତୁମର
ବନ୍ଧୁ ତୁମେ ନୁହେଁ............. ll
ଜନ୍ମରୁ ମଶାଣି ଯାଏ
ଯେତେ ଜନ୍ମ ପାଉଥିବି
ସବୁ ଜନ୍ମରେ ତୁମର
ବନ୍ଧୁ ହୋଇ ରହିଥିବି
ତୁମ ପରି ବନ୍ଧୁ ପାଇ
ଚିନ୍ତା ନଥିବ ମୋର
ବନ୍ଧୁ ତୁମେ ନୁହେଁ............. ll
ବୈଦ୍ୟନାଥ ପଣ୍ଡା
ଅବଦଲ ପୁର. ଯାଜପୁର.
ଦୂରଭାଷ=9439854199.




0 Comments