ମିନତି ଘେନ-୧୩୬



ହର ହର ମହାଦେବ ଶିବ ଶଙ୍କର
ବୁଡୁଛି ଜଗତ ଆଜି ଉଦ୍ଧାର କର
ତୁମେ ପରା ଆଶୁତୋଷ ମଉନ କାହିଁକି
ବିଶ୍ୱର ଦୁଃଖ ପାଇଁ ପ୍ରଭୁ ଚିନ୍ତା ନାହିଁ କି ?
ତାଣ୍ଡବ ନୃତ୍ୟ ତୁମର, ଦେଖାଅ ହେ ହର
ସେ ନୃତ୍ୟରେ ସଂହାର ନୁହେଁ ବିଶ୍ୱ ମଙ୍ଗଳ ।
ଜୟ ହେ ତ୍ରିଶୂଳ ଧାରି, ବଜାଅ ଡମ୍ବରୁ
ତୃତୀୟ ନୟନ ଖୋଲ ଦୁଃଖ ଶୋକ ସରୁ ।
ମିନତି ଘେନ ଈଶ୍ୱର ହେ ଦୟାସାଗର
ଜଗତ କଲ୍ୟାଣ ପାଇଁ ହେ ସୁଦୟା କର ll

ହେ ଶିବ ଶଙ୍କର       କଲ୍ୟାଣ ସାଗର
         ଦୟାକର ଆଶୁତୋଷ
ମହାମାରୀ ଭୟ         କଲାଣି ଅଧିର
        ଦୁଃଖ ଏବେ କର ଶେଷ ।

ଆହେ ଉମାକାନ୍ତ        ଆଖଣ୍ଡଳେଶ୍ୱର
         ଅଖଣ୍ଡ ବିଶ୍ୱାସ ମୋର
ଆଜିର ଦୁର୍ଦିନେ         ତୁମେ ହିଁ ରକ୍ଷକ
       ହେଉ ରୋଗ ଶୋକ ଦୂର ।

ଆହେ ନୀଳକଣ୍ଠ         ଡାକଇ ଭକତ
           ଆତଙ୍କରେ କଟେ ଦିନ
ତୁମେ ନ ରଖିଲେ       ଆହେ ଗୁପ୍ତେଶ୍ଵର
          ମାନବ ହୋଇବେ ଲୀନ ।

ହେ ଡମ୍ବରୁଧାରୀ         କର ଆହେ ପାରି
          ଭକତ ଡାକୁଛି ତୋର
ପୋକ ମାଛି ପରି        ମରୁଛି ମଣିଷ
           ଅସମୟେ ରକ୍ଷାକର ।

ହେ କୈଳାଶ ପତି         ଫେଡ ହେ ଦୁର୍ଗତି
             ଡାକ ଦିଏ ଦୀନ ଜନ
ତ୍ୱରିତେ ସଂହାର           ଏ ଦୁଃଖ ଆମର
            ମିନତି ମୋହର ଘେନ ।



            ରଞ୍ଜନ କୁମାର ପଣ୍ଡା 

Post a Comment

0 Comments