ଦିବ୍ୟ ଚ଼େତନାର ଏକ ଉର୍ଦ୍ଧ୍ବତମ ଗତି
ପଥ ଯେ ନିର୍ଣ୍ଣୟକରେ
ସେ ଗ୍ରନ୍ଥ ସାବିତ୍ରୀ।
ଅନୁଭବବ୍ୟତିରେକେ ଦୁଃସାଧ୍ୟ-ସହଜ
ପଠନସ୍ପୃହାରେ ଜାତ ରୂପାନ୍ତର ବୀଜ
ସାମାନ୍ୟରୁ ଅସାମାନ୍ୟ ହେବାର
ଆସ୍ପୃହା
ସୃଷ୍ଟିକରେ ମହତ୍ତର ଇଚ୍ଛାର ଆକୁଳେ
ଅନ୍ତରାତ୍ମା ହେଉଥାଏ ସଦା ଜାଗରିତ
ମର୍ତ୍ତ୍ୟରେ ରଚି଼ବ ସ୍ବର୍ଗପରା ପଟ୍ଟଭୂମି
ଆହେ ସେ ସ୍ବର୍ଣ୍ଣାଭ-ସୂର୍ଯ୍ୟ
ଉଦିତ କିରଣେ
ଝଲମଲ ପୃଥିବୀର ନୈସର୍ଗିକଶୋଭା
ଓଟାରିଆଣିବା ଅର୍ଥେ
ବିଶ୍ବ-ବାତାୟନେ
ମହାଯୋଗୀ ଅରବିନ୍ଦସାଧନାରସିଦ୍ଧି
ସ୍ବରୂପ ସାବିତ୍ରୀମହାକାବ୍ୟଗ୍ରନ୍ଥସୃଷ୍ଟି।
ରହସ୍ୟର ବୃତ୍ତମଧ୍ୟେ ଅଦୃଷ୍ଟଯାହାକି
ଅଖଣ୍ଡଜ୍ୟୋତିରମଧ୍ୟେଶାଶ୍ବତଦେବତା
ସୁମଧୁର ବେଣୁଧ୍ବନି ସାବିତ୍ରୀ ଶୁଣାଏ
ମାନବଜାତିକୁକହେଅଲୈକିକ କଥା
ସାବିତ୍ରୀର ଶବ୍ଦାବଳୀ ସାଙ୍କେତିକ
ଅର୍ଥର ସ୍ବାକ୍ଷର
ସୂକ୍ଷ୍ମ ଚ଼େତନା ସଂଗତି ବଳେ
ବୋଧଗମ୍ୟ
ଅଗମ୍ୟ ସେ ଅସୂକ୍ଷ୍ମରେ-ଦିବ୍ୟତାରେ
ସେ ମହିମାଜ୍ବୋଳ- ସୃଷ୍ଟିରେ ବିରଳ
ସାଧକ ସେ ସୁରଧୂନୀ ସମଯାର
ହୃଦୟ-କଲ୍ଲୋଳ
ଐକାନ୍ତିକ ଭାବବଳେ
ମାନସରୁ ସମ୍ଭୁତ ସାବିତ୍ରୀ
ଦିଗ୍ ଦର୍ଶିକା ରୂପେ ଯିଏ ଧରିତ୍ରୀରେ
ଆଧ୍ୟାତ୍ମ ଭାବର
ପରିଚୟ ସ୍ଥାପି ଏଇ ଧରିତ୍ରୀକୁ
କରେ ମଧୁମୟ ।।
ନିଖିଳ ଧରଣୀ ପରେ
ସାବିତ୍ରୀର ପୂର୍ଣ୍ଣ ଆବିର୍ଭାବ
ସୃଷ୍ଟିକଲା ଆଧ୍ୟାତ୍ମିକ ଚେତନାର
ତୀବ୍ର ପ୍ରତିଧ୍ବନୀ
ଲକ୍ଷ ତାର ଭୂମାରୁ ଭୂମିକୁ ଆଣି
ଦେବତାର ଉର୍ଜ୍ବଃସ୍ବଳ ଶକ୍ତି
ମାଟିର ମରତ ପରେ ସ୍ଥାପିଏକ
ଦେବତାର ରାଜ୍ୟ
ହଟାଇବା ତାମସୀ ଯାମିନୀ।
**********************
କୈଳାସ ଚ଼ନ୍ଦ୍ର ପାଢ଼ୀ
କୁମାର ପୁର।ଅନନ୍ତ ପୁର।
ବାସୁଦେବ ପୁର।ଭଦ୍ରକ।



0 Comments