ଆସିଲାଣି କଳାହାଣ୍ଡିଆ - ବୈଦ୍ୟନାଥ ପଣ୍ଡା.




ଘୋଟି ଆସିଲାଣି କଳା ହାଣ୍ଡିଆ ରେ
    ପୂରୁବ ଆକାଶ ଡେଇଁ
ଲିଭାଇ ଦେବ ସେ ମୋ ଜୀବନ ଦୀପ
   ସାହା ରାହା କେହି ନାହିଁ
           ମୋର ସାହା ରାହା କେହି ନାହିଁ
ଘୋଟି ଆସିଲାଣି................ ll
ଚାରି ଦିଗ ଯାକ ଅନ୍ଧକାର ହୋଇ
         ବିଜୁଳି ଏଠି ଚମକେ 
 ବୟସର ଏଇ ଅପରାହ୍ନେ ଆଜି
       ଆଶଙ୍କା ବାଦଲ ଢାଙ୍କେ
ଲିଭିଯିବ କେବେ ଏ ଜୀବନ ଦୀପ
        ସାହା ତୁହି ଭାବଗ୍ରାହୀ
ଘଟିଆସିଲାଣି.................. ll
ପାପ ପୁଣ୍ୟ ଯାହା କରିଛି ଜୀବନେ
      ସବୁ ଆଜି ସମର୍ପିଲି ତୋ ଚରଣେ
ଶୂନ୍ୟ ଏ ଜୀବନ ଶୂନ୍ୟ ହେଇଯାଉ
      ତୋହରି ପାଦରେ ସ୍ଥାନ ଟିକେ ପାଉ
ସତ ମୁଁ କହୁଛି ଶେଷ ବେଳେ ମୋର 
          ଆଉ କିଛଲୋଡ଼ା ନାଇଁ
ଘୋଟି ଆସିଲାଣି..................... ll

 ବୈଦ୍ୟନାଥ ପଣ୍ଡା.
 ଅବଦଲ ପୁର. ଯାଜପୁର.
ଦୂରଭାଷ=9439854199

Post a Comment

0 Comments