ଦୟାର ସାଗର ତୁମେ ହେ ଠାକୁର
ତୁମେ ହିଁ ସଂସାର ଚାଳ,
କରିଅଛ ସୃଷ୍ଟି ଦେଉଅଛ ଦୃଷ୍ଟି
ବସିଅଛ ନୀଳାଚଳ,
ତୁମେ ପରା ମହାବଳ,
ଲଗାଇଛ ମୋହ ବଢ଼ାଅ ଆଗ୍ରହ
ସଂସାର ହୁଅଇ ଭୋଳ।
ଅଦଭୂତ ସୃଷ୍ଟି ହାରି ନିଏ ଦୃଷ୍ଟି
ଦେଖି ହୁଏ ଆତ୍ମହରା,
ଚରାଚର ଜୀବ ଜଡ଼ ଉଦ୍ ଭବ
ବିଚିତ୍ର ଏ ବସୁନ୍ଧରା,
ସଭିଏଁ ସେବକ ପରା,
ସର୍ବ ଜଡ଼ ଜୀବ ନିୟୋଜନେ ଭବ
ସେବାରେହୁଏ ଅଧୀରା।
ଭବ ଆକର୍ଷଣ ତୁମେ ହିଁ କାରଣ
ସର୍ବଗୁଣେ ପରିପୂର୍ଣ୍ଣ,
ପ୍ରତିଟି ମୁହୂର୍ତ୍ତ ତୁମରି କର୍ତ୍ତୃତ୍ୱ
ତୁମ ବିନା ସର୍ବଶୂନ୍ୟ,
ତୁମେ ତ ବିଶ୍ୱ ଜୀବନ,
ସର୍ବ ଶକ୍ତିମାନ ସର୍ବ ବିଦ୍ୟମାନ
ସୃଷ୍ଟି ସକଳ କାରଣ।
ତୁମେ ପ୍ରାଣବାୟୁ ଦେଇଛ ପ୍ରମାୟୁ
ତୁମେ ସଂସାରର ପତି,
ଜନମ ମରଣ ତୁମରି କାରଣ
ତୁମେ ଗତି ଶକ୍ତି ମୁକ୍ତି,
ତୁମେ ପରା ମହାଶକ୍ତି,
ଯାହା ମୁଁ ଦେଖଇ ଯାହା ମୁଁ ଚିନ୍ତଇ
ଅନୁଭବେ ଉପସ୍ଥିତି !
ଶିକ୍ଷକ,ଡେଙ୍ଗାଡି, ଗଞ୍ଜାମ,
୯୫୮୩୪୩୮୧୭୪



0 Comments