ଜାଣିନି ଜଗତ ହୁଏ ହନ୍ତସନ୍ତ
କି ଦଣ୍ଡ ବିହିଲ ପ୍ରଭୁ
ବାଳୁତ ଅଟଇ ସଂସାରରେ ମୁହିଁ
ରକ୍ଷାକର ଆହେ ବିଭୁ ।
ସୁନ୍ଦର ସୃଷ୍ଟିକୁ ଦେଖୁଛି କେବଳ
ପ୍ରକୃତିରେ ଭରପୁର
ତଥାପି କାହିଁକି ମାନବ ଦାନବ
ହୋଇଛି ଜଗତେ ତୋର ।
ସୃଷ୍ଟି ଅଟେ ତୁମ ପବିତ୍ରତା ପାଇଁ
ଜ୍ଞାନ ବୁଦ୍ଧି ଗୁଣ ଦେଇ
ସର୍ଵ ଶ୍ରେଷ୍ଟ ଜୀବ ନିକୃଷ୍ଟ କାହିଁକି
ଉତ୍ତର କା ପାଖେ ନାହିଁ।
ଧର୍ମ କର୍ମ ପାଇଁ ଗଢିଲ ଯାହାକୁ
ଅଧର୍ମରେ ରତ ସେହି
ଅନ୍ୟାୟ ଅନୀତି ହିଂସା ଇର୍ଷା ବହି
ଅସ୍ତିର କଲାଣି ମହି ।
ତୁମ ସୃଷ୍ଟି ପରେ ଭିନ୍ନ ଏକ ସୃଷ୍ଟି
ହୋଇଛି କି ଏଠି ଶେଷ
ସୁନ୍ଦର ଜଗତେ ଅସୁନ୍ଦର ଭାବ
ମୁଁ ଏକ ଭିନ୍ନ ମଣିଷ ।
ରଞ୍ଜନ କୁମାର ପଣ୍ଡା
କୋରାପୁଟ



0 Comments