ଯେଦିନ ଉଠିଲା ସୂର୍ଯ୍ୟ ଏଠାରେ
ପୂର୍ବ ସୀମାକୁ ଛୁଇଁ,
ସେଦିନ ବାଜିଲା ଆକାଶ-ପୃଥିବୀ
ମିଳନର ସାହାନାଇ।
ସେଇଦିନଠାରୁ ଜନ୍ମନେଲା ଏ
ବିଶ୍ବ ବ୍ରହ୍ମାଣ୍ଡ ଯାକ,
ଜଡ଼ ଅବା ଯେତେ ଅଛନ୍ତିଧରାରେ
ଜୀବମାନେ ଜାଗତିକ।
ସେଇଦିନଠାରୁ
ଚ଼ଳ ଚ଼ଞ୍ଚଳ
ହୋଇଲା
ପୃଥିବୀ ଗୋଟା,
ସେଦିନୁଁ ଖେଳିଲା
ଧରଣୀ ଅଙ୍ଗେ
ବର୍ଣ୍ଣ-ବିଭବ
ଅପୂର୍ବ ଲାସ୍ୟଚ୍ଛଟ୍ଟା ।
ସେଦିନର ସେହି ସ୍ବର୍ଣ୍ଣାଭ-କରେ
ସ୍ବପ୍ନ ବିଭୋର
ହୋଇଲା ମରିଚ଼ୀମାଳୀ
ଉନ୍ମତ୍ତ ପ୍ରାୟ ଧାଇଁଲା ସେଦିନୁଁ
ବେଳାପଥ ଅନୁସରି ।
ଯେଦିନ ଉଠିଲା ସୂର୍ଯ୍ୟ ଏଠାରେ
ପୂର୍ବ ସୀମାକୁ ଛୁଇଁ,
ଅଧର-ପୁଟରେ ଅଭିନବ ଏକ
ସୃଜନୀ ର ବେଣୁବାଇ।
ସେଦିନ ଧରଣୀ ଅଭିସାରିକା ର
ଭାଙ୍ଗିଲା ମୈ।ନବ୍ରତ
ସ୍ଫୁରିଲା କଣ୍ଠୁ କଳକଲ୍ଲୋଳ
ପ୍ରୀତି ହିଲ୍ଲୋଳ
ସଙ୍ଗୀତ ଅବିରତ ।
ଧୂସରବର୍ଣ୍ଣା ଅଙ୍ଗେ ସେଦିନୁଁ
ଶ୍ୟାମଳ-ବର୍ଣ୍ଣ-ବିଭା-
ଖେଳିଲା କ୍ରମଶଃ ଦିନୁଁ ଦିନ ଲଭି
ବାଳାରୁଣ-କର-ପ୍ରଭା ।
ସେଦିନୂଁ ଧରଣୀ ବ୍ରହ୍ମଚ଼ାରିଣୀ
ତପସ୍ୟା ଗଲା ଭାଜି,
ସୂର୍ଯ୍ୟର ସେଇ ଉଷ୍ମ-ଆଲୋକେ
ପ୍ରଣୟିନୀ ଗଲା ସାଜି।
ଯେଦିନ ଉଠିଲା ସୂର୍ଯ୍ୟ ଏଠାରେ
ପୂର୍ବ ସୀମାକୁ ଛୁଇଁ,
ନୂଆ ଆଲୋକର ଦୀପ୍ତ ବର୍ଣ୍ଣାଳୀ
ଧରଣୀ ରେ ବଞ୍ଚିଦେଇ।
ସେଦିନର ସେହି ଦୀପ୍ତ ଆଲୋକେ
ସୁପ୍ତ ପୃଥିବୀ
ମୋହ ନିଦ୍ରାରୁ ଉଠି,
ପ୍ରୀତି ପ୍ରଣୟର ଫଲ୍ ଗୁ ପ୍ରବାହେ
ଉନ୍ ମାଦେଗଲା ମାତି।।
କୁମାର ପୁର, ଅନନ୍ତ ପୁର
ବାସୁଦେବପୁର, ଭଦ୍ରକ



0 Comments