ସଙ୍କଟ ମୋଚନ ପବନ ନନ୍ଦନ
ସର୍ବ ଗୁଣେ ବଳୀୟାନ,
ଅଞ୍ଜନା ଗର୍ଭରୁ ଜନ୍ମ ହେବା ପରେ
ଖାଦ୍ୟ ଖାଇବାକୁ ମନ।।
ଉଦିତ ସୂର୍ଯ୍ୟଙ୍କୁ ଫଳଟିଏ ଭାବି
ଆକାଶେ କଲ ଗମନ,
ଇନ୍ଦ୍ରଙ୍କ ବଜ୍ରରେ ଧରାଶାୟୀ ହୋଇ
ପଡ଼ିଥିଲ ଚେତା ଶୂନ୍ୟ ।।
ମରୁତ ଦେବତା ମନ ଦୁଃଖ କରି
ରହି ଗଲେ ଧୀର ସ୍ଥିର,
ସର୍ବ ଦେବଗଣ ଆଶୀର୍ବାଦ ଲଭି
ପାଇଲ ଆମର ବର।।
ଶ୍ରୀ ରାମ ଚରଣେ ସଦା ତୁମ୍ଭ ଭକ୍ତି
ରହିଥିଲା ଅନୁକ୍ଷଣ,
ସୀତା ଠାବ କଲ ସମୁଦ୍ର ଲଙ୍ଘିଲ
ମାରିଲ ମହୀ ରାବଣ।।
ସୁବର୍ଣ୍ଣ ଲଙ୍କାକୁ ଛାର ଖାର କଲ
ଲାଞ୍ଜରେ ନିଆଁ ଧରିଣ,
ପ୍ରଭୁ ଭକ୍ତ ହୋଇ ରଖିଛ ବଡ଼ାଇ
ସୀତା ରାମ ହୃଦୟେଣ।।
ସକଳ ବିପତ୍ତି ତାରି ଦିଅ ଶାନ୍ତି
କୃପା ବଳେ ଭକ୍ତ ଗଣ,
ଗ୍ରହ ପୀଡା ଦୂର ସେବିଲେ ପୟର
ଜୟ ବୀର ହନୁମାନ।।
କବି ରାମଚନ୍ଦ୍ର ମହାନ୍ତି



0 Comments