ପବିତ୍ର ସାବିତ୍ରୀ ବ୍ରତ ଆଜିପରା
ବିବାହିତ ନାରୀଙ୍କର ,
ପ୍ରତିବର୍ଷ ଏହା ପାଳନ କରନ୍ତି
ପରମ୍ପରା ସମାଜର ।
ପୁରାଣେ ବର୍ଣ୍ଣିତ ଯମରାଜଠାରୁ
ନିଜ ମୃତ ସ୍ବାମୀଙ୍କର ,
ଜୀବନ ଫେରାଇ ଆଣି ପାରିଥିଲେ
ସାବିତ୍ରୀ ପାଇଣ ବର ।
ସତୀ ପତିବ୍ରତା ଗୁଣରେ ଯମଙ୍କୁ
ସାବିତ୍ରୀ ହରାଇ ଦେଲେ ,
ଶତ ପୁତ୍ରବତୀ ହୋଇଯାଇ ସେତ
ଯଶ କୀର୍ତ୍ତି ରଖିଗଲେ ।
ଆଜିକାର ବିବାହିତା ମହିଳାଙ୍କୁ
କରୁଛି ମୁଁ ନିବେଦନ ,
ପତିପଦେ ଭକ୍ତି ରଖି ପତିବ୍ରତା
ଧର୍ମ କରନ୍ତୁ ପାଳନ ।
ଶଙ୍ଖା ଓ ସିନ୍ଦୁର ପିନ୍ଧିଦେଲେ ଖାଲି
ନୁହଇ ସେ ପତିବ୍ରତା ,
ପତି ବାକ୍ୟ ମାନି କର୍ମ କରିଯାଅ
ଭାଵି ସେ ଭାଗ୍ୟବିଧାତା ।
ପତିପତ୍ନୀ ଦୁହେଁ ନିଜ ନିଜ ଧର୍ମ
ପାଳନ କରିବେ ଯେବେ ,
ସ୍ବର୍ଗପରି ସେହି ପରିବାର ଗୋଟି
ହସି ହସାଇବ ତେବେ ।
ପତିଙ୍କର ଧନସମ୍ପତ୍ତି କଥାରେ
ନ ରଖି ନିଜ ଭାବନା ,
ତାଙ୍କପ୍ରତି ନିଜ କର୍ତ୍ତବ୍ୟ କରିଲେ
ହୋଇଯିବ ପତ୍ନୀସୁନା ।
ଯେଉଁ ନାରୀ ନିଜ ପତିଙ୍କୁ ନ ମାନି
ହତାଦର କରି ଯାଏ ,
ଭଗବାନ ତାକୁ କ୍ଷମା ନ କରନ୍ତି
ନିଶ୍ଚେ ନର୍କଗତି ପାଏ ।
ଆଜିର ଦିନକୁ ସ°କଳ୍ପଦିବସ
ଭାବି ନିଜ କର୍ମ କର ,
ପତିଙ୍କର ହାତ ଧରି ଚାଲୁଥିଲେ
ହସିବ ସୁନା ସ°ସାର ।
ସମ୍ପାଦକ , ଉତ୍କଳ ସମ୍ମିଳନୀ
କନ୍ଧମାଳ ଜିଲ୍ଲାଶାଖା
ବାଲିଗୁଡ଼ା



0 Comments