ଜୀବନ - ନଳିନୀ କାନ୍ତ ପାଢ଼ୀ


ସେ ଦିନ କାହିଁକି କେଜାଣି
ସୁକୁମାର ଶାଗୁଆ
ଜଳ ଲଗା ପତ୍ରରେ
ଦିଶୁଥିଲା ମୁକ୍ତା
ଚହଟୁଥିଲା ଅନ୍ତରଙ୍ଗ
ମନଭୁଲା ଇନ୍ଦ୍ରଧନୁ ??

ହଁ,ସେଦିନ କାହିଁକି କେଜାଣି
ମୁଁ କିଣିଥିଲି ପତ୍ର କାଗଜ, 
ଫୁଲ ହସ,
ଫଳର ଖେଳନା ।।

ଆଉ, ସମୁଦ୍ର ବାଲିରେ
ତିଆରିଥିଲି ଅତି ଯତ୍ନରେ
ଆଶାର ଏକ ଛୋଟ ବାଲିଘର।।

ହଁ, ଏବେ ଦେଖ
ଆଜି କିପରି ସେ ସବୁ 
ଉଭେଇଯାଇ
ଖାଁ-ଖାଁ ବାଲି ଖାଲି ବାଲି
ଖାଲି ସୁଵିସ୍ତୀର୍ଣ୍ଣ ମରୁଭୂମି ,
ଆଶାର ଜୀବନ !!

ସତରେ ଜୀବନ
 ଆଜି ଯେମିତି ମୋ
  ବନ୍ଧା ପଡିଛି 
କେଉଁ ଏକ ରାକ୍ଷସ ହାତରେ
ଦୁର୍ଯୋଗରେ, ଅଂଶୁଘାତରେ।।

ଆଉ, ବଞ୍ଚିବାର ମୋହ
ମଉଳିଯାଇଛି
କେଉଁ ଯଦୁକରର କାଉଁରୀ ସ୍ପର୍ଶରେ??

ନଳିନୀ କାନ୍ତ ପାଢ଼ୀ
ମୋ ୯୭୭୭୫୧୪୫୭୬
ଗୋସାନିବିନ୍ଧା, ଜଗାଇ, ପ୍ରତାପପୁର, ବାଲେଶ୍ୱର

Post a Comment

0 Comments