ସକାଳ ଜଣାଣ-ଗୋଦାବରୀଶ ଦାସ


   

           
ବିନାଭକ୍ତେ  ତୋର
ହେବ ରଥଯାତ୍ରା
ଯାଇ ପାରିବିନି ପୁରୀ
କଥା ଥିଲା ମୋର
କାଳିଆ ଠିକୁର
ଲଗାଇବୁ ତୋର ଡୋରି।,,,
କେତେ ଆଶା ନେଇ
କରିଥିଲି ମନ
ଯିବାକୁ ତୋ ଶ୍ରୀମନ୍ଦିର,
ରଥରେ ଦେଖିବି
ତୋର ଶ୍ରୀମୁଖକୁ
ଦୁଃଖ ଦୂର ହେବ ମୋର।
ମନ୍ଦିର ଯିବାକୁ
ଭୟ କରେ ଭକ୍ତ
ଏକି ବିଚାର ତୁମରି,
ଭକ୍ତ ଭଗବାନ
ସମ୍ପର୍କ ଭାଙ୍ଗିଲା
ମାରାତ୍ମକ ମହାମାରୀ।
ବିନା ଭକ୍ତେ ତୋର
ହେବ ରଥଯାତ୍ରା
ଯାଇ ପାରିବିନି ପୁରୀ,,,,,,,
ଅଭିମାନ କରି
କହୂଛି କାଳିଆ
କହିବିନି ତୋତେ କଥା
ଅଦୃଶ୍ୟ ଦାନବ
ଭୟେ ଥରହର
ଘରେଘରେ ଆଜି ଚିନ୍ତା।
ଜଗନ୍ନାଥ ଦେଶ
ସମସ୍ତେ କହନ୍ତି
ତୁଟିଯିବ କିବା ଶିରୀ,
ଚକ୍ର ପେଶିଦେଇ
ଦାନବ ସଂହାର
ଆହେ ଶଙ୍ଖ ଚକ୍ରଧାରି।
ବିନା ଭକ୍ତେ ତୋର
ହେବ ରଥଯାତ୍ରା
ଯାଇ ପାରିବିନି ପୁରୀ,,,,,,,,
*************************
ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ନୟାଗଡ

Post a Comment

0 Comments