ମୁଁ କରୋନା ଭାଇରସ - ପ୍ରେମ୍ କବି ଜଗବନ୍ଧୁ ସାହୁ


ଚାଇନା ଦେଶରୁ ଉତ୍ତପତି ମୋହର
    କରୋନା ଅଟେ ମୋ ନାମ
ନୂଆଁ ରୂପ ନେଇ ଆସିଛି ମହୀକୁ
       ସାଜି ମୁହିଁ କାଳଯମ

ଅନ୍ଯାୟ ଅନିତୀ ଦୁର୍ନିତୀରେ ଯେବେ
     ଭରିଗଲା ଏଇ ମହୀ
ଧରିତ୍ରୀ ମାଆର ଦୁଃଖକୁ ନ ସହି
       ଆସିଅଛି କାଳ ହୋଇ

କାକୃତି ବିନତୀ ଶୁଣିବିନି କାହାରି
 କୁହ ଯେତେ ନେହୁରା ହୋଇ
ଧରିତ୍ରୀ ମାଆ କୋଳେ ପାପି ସଙ୍ଘାରିଣ
       ଧର୍ମକୁ ଯିବି ମୁଁ ଥୋଇ

ମୋ କବଳୁ ଯଦି ବଞ୍ଚିବାକୁ ଇଛା
     କୁକର୍ମକୁ ଛାଡି ଦେଇ
ସତ୍ କର୍ମ ସତ୍ ପଥେ ଚାଲ ସର୍ବ ଜନ
        କହିଲି ଯାହା ବୁଝାଇ ।

*ପ୍ରେମ୍ କବି ଜଗବନ୍ଧୁ ସାହୁ* 
       *ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ*

Post a Comment

0 Comments