ଶୁଣ ସୁଜନେ ହେ
ସାବିତ୍ରୀ ବ୍ରତ ଭିଆଣ
ଏହି ବ୍ରତରେ ଯେ ପୂଜା ପାଇଥାନ୍ତି
ଲକ୍ଷ୍ମୀ ସଙ୍ଗେ ନାରାୟଣ।
ରାଜା ଅଶ୍ୱପତି ମଦ୍ର ନରପତି
ପ୍ରଜାବତ୍ସଳ ରାଜନ
କଉଶଲ୍ୟା ରାଣୀ ପ୍ରଜା ହିତ ଜାଣି
ପାଳନ୍ତି ପୁତ୍ର ସମାନ।
ଚିନ୍ତା ଥାଏ ମନେ ସନ୍ତାନ ବିହୁନେ
ଦୁଃଖରେ କଟାନ୍ତି ଦିନ
ସନ୍ତାନ କାମନା କରିଣ ରାଜନ
କଲେ ଯଜ୍ଞ ଆୟୋଜନ।
ସାବିତ୍ରୀ ନାମରେ ଯଜ୍ଞ ଆରମ୍ଭିଲେ ସନ୍ତାନ କାମନା କରି
ଯଜ୍ଞର ଚରୁରୁ କନ୍ୟା ଲାଭ ହେଲା
କୋଳ ତାଙ୍କ ପୂର୍ଣ୍ଣ କରି।
ସାବିତ୍ରୀ ରଖିଲେ ସେ କନ୍ୟାର ନାମ
ଅପରୂପ ତେଜ କାନ୍ତି
ହରସିତ ହେଲେ ସେ ରାଜ ଦମ୍ପତ୍ତି
ସୁଖେ ଦିନ ଗଲା ବିତି।
ଚାହୁଁ ଚାହୁଁ କନ୍ୟା ଯୁବତୀ ହୋଇଲା
ସୁପାତ୍ର ହୋଇଲା ଖୋଜା
ବିବାହ ନିମନ୍ତେ ସ୍ୱୟଂମ୍ବର ଏକ
ଆୟୋଜନ କଲେ ରାଜା।
ସ୍ୱୟଂମ୍ବର ପାଇଁ ଆସିଥିଲେ ଯେତେ
ପସନ୍ଦ ଜେମା କଲେନି
ଉପଯୁକ୍ତ ପାତ୍ର ଚୟନ ନିମିତ୍ତ
ରାଜାଙ୍କ ବଢ଼େ ଭାଳେଣି।
ନାରଦ ମହର୍ଷି ଏ ସମୟେ ଆସି
ରାଜାଙ୍କୁ ଦର୍ଶନ ଦେଲେ
ନିଜ ପସନ୍ଦର ପାତ୍ର ବାଛିବାକୁ
ମତାମତ ପଚାରିଲେ।
ମୁନିଙ୍କ ନିର୍ଦ୍ଦେଶ ପାଇଣ ହରଷ
ହେଲେ ରାଜା ଅଶ୍ୱପତି
ସ୍ୱ ଇଚ୍ଛାରେ ପତି ନିର୍ବାଚନ ପାଇଁ
ଦେଲେ ରାଜା ଅନୁମତି।
ଅନୁମତି ନେଇ ସାବିତ୍ରୀ ହରଷେ
ସଖୀଗଣ ମେଳେ ଗଲେ
କେତେ କେତେ ରାଜ୍ୟ ବନ ଉପବନ
ସମସ୍ତ ବୁଲି ଦେଖିଲେ।
ରମ୍ୟ ତପୋବନେ ଦେଖିଲେ ନୟନେ
ଯୁବା ଅପୂର୍ବ ସୁନ୍ଦର
ପତି ରୂପେ ବରି ପିତାଙ୍କ ପାଶକୁ
ଚଳିଲେ ହୋଇ ସତ୍ୱର।
ଅତି ଗୁଣବାନ ନାମ ସତ୍ୟବାନ
ସନ୍ଧାନୁ ଯାହା ଜାଣିଲେ
ନିଜ ମନ କଥା ପିତାଙ୍କ ଆଗରେ
ସବୁ କଥା ବଖାଣିଲେ।
ଏ ସମୟେ ଆସି ନାରଦ ମହର୍ଷି
ସର୍ବ ଅବଗତ ହୋଇ
ଚିନ୍ତା କଲେ ବ୍ୟକ୍ତ ଏ ନୁହେଁ ଉଚିତ
ଅଳ୍ପାୟୁସ ଅଟେ ସେହି।
ନହୋଇ ବିବ୍ରତ ହୋଇଣ ବିନୀତ
ସାବିତ୍ରୀ କହିଲେ ବାଣୀ
ପତି ପଣେ ମୁହିଁ ବରିଛି ତାହାଙ୍କୁ
ହେବିନାହିଁ ଦୋଚାରୁଣୀ।
ଦେବର୍ଷି ନାରଦ ବତାଇଲେ ଭେଦ
ଆଉ ବର୍ଷେ ଅଛି ଆୟୁ
ଦେଉଛି ଆଶୀଷ ସତୀ ଶିରୋମଣି
ଜଗତେ କିରତୀ ରହୁ।
ଦୁର୍ଭାଗ୍ୟ ବଶରୁ ଶାଲ୍ୱ ଦେଶ ରାଜା
ଅନ୍ଧ ଯେ ଦ୍ୟୁମତ୍ ସେନ
ତେଜି ରାଜ ଭୋଗ ରାଜ୍ୟ ପରିତ୍ୟାଗ
ବନକୁ କଲେ ଗମନ।
ପତ୍ନୀ ମାଳବିକା ପୁତ୍ର ସତ୍ୟବାନ
ସଙ୍ଗତରେ ଛନ୍ତି ରହି
ଜଙ୍ଗଲ ଭିତରେ ଫଳମୂଳ ଖାଇ
ବହୁ କଷ୍ଟ ସହି ସହି।
ନାରଦଙ୍କ କଥା ଶୁଣି ଅଶ୍ୱପତି
ବନେ କରିଲେ ଗମନ।
ଦ୍ୟୁମତ୍ ସେନଙ୍କୁ ସବୁ କଥା କହି
କଲେ ବିବାହ ସମ୍ପନ୍ନ।
ଶ୍ୱଶରଙ୍କ ଘରେ ଆନନ୍ଦ ମନରେ
ସତୀ ପତ୍ନୀ ଧର୍ମ ପାଳି
ସ୍ୱାମୀଙ୍କ ସହିତ ହୋଇ ହରସିତ
ଯାଉଥିଲେ ସତୀ ଚଳି।
ମନେ ମନେ ସଦା ହେଉଥାନ୍ତି ଭାଳି
ଅଶୁଭ ଦିନକୁ ହେଜି
ଚାହୁଁ ଚାହୁଁ ପୁଣି ଉପଗତ ହେଲା
ସେହି କାଳ ଦିନ ଆଜି।
ସ୍ୱାମୀଙ୍କ ସହିତ ଚଳିଲେ ବନରେ
ମନରେ ଆଶଙ୍କା ରଖି
ଅନ୍ତର ଭିତରେ ଆଶଙ୍କା ଘେରରେ
ଝୁରୁଥାଏ ପ୍ରାଣପକ୍ଷୀ।
କାଠ କାଟୁ କାଟୁ ସ୍ୱାମୀ ସତ୍ୟବାନ
ପଡ଼ିଲେ ବୃକ୍ଷରୁ ଟଳି
ବ୍ୟସ୍ତ ହୋଇ ସତୀ ନିଜ ପ୍ରାଣପ୍ରିୟ
କୋଳରେ ଧରିଲେ ତୋଳି।
କୋଳରେ ତାଙ୍କର ସ୍ୱାମୀଙ୍କ ଜୀବନ
ହୋଇଗଲା ଅସ୍ତମିତ
ଆତ୍ମାକୁ ନେବାକୁ ଯମ ଆଳୟକୁ
ବେଢ଼ିଗଲେ ଯମଦୂତ।
ସତୀଙ୍କ ତେଜରେ ସତୀତ୍ୱ ବଳରେ
ନପାରିଲେ ଫିଙ୍ଗି ଫାଶ
ନିରାଶ ହୋଇଣ ସର୍ବେ ଫେରି ଗଲେ
ଜନ୍ତୁରାଣଙ୍କର ପାଶ।
ହେଲେ ଉପଗତ ନିଜେ ଯମରାଜ
ଯାଚିଲେ ତିନୋଟି ବର
ସ୍ୱାମୀଙ୍କ ଜୀବନ ବ୍ୟତିତ ତୁମେ ଯେ
ମାଗିଘେନ ଅନ୍ୟବର।
ସ୍ଥିର କରି ମତି ମାଗିଲେ ସାବିତ୍ରୀ
ଏମନ୍ତ ତିନୋଟି ବର
ପ୍ରଥମ ବରରେ ପ୍ରଭୁ ଶ୍ୱଶୁରଙ୍କ
ଅନ୍ଧତ୍ତ୍ଵ ଦୂର କରନ୍ତୁ
ଦ୍ବିତୀୟ ବରରେ ସେ ତାଙ୍କର ରାଜ୍ୟ
ରାଜତ୍ୱ ଫେରି ପାଆନ୍ତୁ।
ତୃତୀୟ ବରରେ ମୋ ପିତାଙ୍କର ଯେ
ଶତ ପୁତ୍ର ହେଉ ଜାତ
ତଥାସ୍ତୁ କହିଣ ପ୍ରଭୁ ଜନ୍ତୁରାଣ
ଅଜୟ କୁମାର ମହାନ୍ତି,ହରିପୁର
କବୀର ପୁର,ଯାଜପୁର।




0 Comments