ମିନତି ଘେନ-ରଞ୍ଜନ କୁମାର ପଣ୍ଡା




ଅବୁଝା ଏ ମନ       ଅବୁଝା ଏ ଜ୍ଞାନ
         ଅବୁଝା ଶରୀର ତତ୍ତ୍ୱ
ବୁଝି ଅଛି ଯିଏ        ଅବୁଝା ନ ହୁଏ
        ଜାଣେ ସେ ତାର ମହତ୍ୱ ।

ଆଧ୍ୟାତ୍ମିକ ଜ୍ଞାନ        ଯାହାଠାରେ ପୂର୍ଣ୍ଣ
       ସେ ଅଟେ ସଂସାରେ ଧନ୍ୟ
ଆଧ୍ୟାତ୍ମ ବିହୀନ        ପଶୁଙ୍କ ସମାନ
       ନ ପାଏ ସମାଜେ ମାନ୍ୟ ।

ମାନବିକ ଗୁଣ         କର ହେ ଧାରଣ
        ନ ହେଉ ମରଣ ତାର
ମୃତ୍ୟର ପଥିକ        ହେ ମୋର ସଂସାରୀ
        ସତ୍ୟ ପଥ ଟିକେ ଧର ।

ସଂସାର ସାଗର        ଅତି ହିଁ ଗଭୀର
         ବଳାଅନା ସେଠି ମନ
ବିଭୁ ନାମ ଗାଇ       କର୍ମ ସ୍ଵଛ କର
         ସେ ହିଁ ତୋ ଶ୍ରେଷ୍ଟ ଧନ ।

ଅଜ୍ଞାନ ତିମିର        ଦୂର କର ମୋର
      ଦେଇ ଦିବ୍ୟାଲୋକ ଜ୍ଞାନ
ଏତିକି ଗୁହାରି         ଜଗତ ଠାକୁର
         ମିନତି ମୋହର ଘେନ ।


             ରଞ୍ଜନ କୁମାର ପଣ୍ଡା
                    କୋରାପୁଟ 

Post a Comment

0 Comments