ସ୍ମୃତି - ଅଜୟ କୁମାର ମହାନ୍ତି



କିଛି ସ୍ମୃତି ମନେ ପଡ଼େ
କିଛି ମନେ ପଡ଼େ ନାହିଁ
ପୁଣି କେବେ ମନେ ପଡ଼େ
ତାହା କହିହୁଏ ନାହିଁ।
ସ୍ମୃତି କେବେ ମିଠା ସ୍ୱପ୍ନ
କେବେ ତିକ୍ତ ଅନୁଭୂତି
କେବେ କେବେ ଟାଣ ଖରା
କେବେ ପୁଣି ଜହ୍ନ ରାତି।
ସ୍ମୃତି କେବେ ମଧୁ ଝରା
 ହୃଦୟରୁ ଝରୁଥାଏ
କେବେ କେବେ ଛାତି ଥରା
ଇଚ୍ଛା ସବୁ ମରିଯାଏ ।।
ସ୍ମୃତି କେବେ ଦୃଶ୍ୟମାନ
କେବେ ଦେଖି ହୁଏ ନାହିଁ
ଅପରାହ୍ନ ଜୀବନରେ
ବଞ୍ଚେ କେହି ସ୍ମୃତି ପାଇଁ।।
_________________
ଅଜୟ କୁମାର ମହାନ୍ତି, 
ହରିପୁର, କବୀର ପୁର, ଯାଜପୁର।
ପିନ୍_୭୫୫୦୦୯
ମୋ_୯୪୩୭୫୬୪୧୬୦

Post a Comment

0 Comments