ମିନତି ଘେନ (୧୧୭) - ରଞ୍ଜନ କୁମାର ପଣ୍ଡା

ଦୟାକର ଦୀନବନ୍ଧୁ, ସୁଖେ ଯାଉ ଆଜ ଦିନ           
    ଗାଇ ଗାଇ ତୁମ ନାମ ଏହି ସଂସାରେ 
ଧନରତ୍ନ ଲୋଡାନାହିଁ, କର୍ମଫଳ ଭୋଗେ ମୁଁହି
       ବଞ୍ଚିଛି ଜୀବନ ଧରି ତୁମ ଦୟାରେ ।

କୃପା ପାରାବାର ସିନ୍ଧୁ କୃପାକର ଦୀନବନ୍ଧୁ
   ତୁମ କର୍ମପଥେ ବିତୁ ଜୀବନ ମୋର
ଅଯୋଗ୍ୟ ନ ହୁଏ ମୁଁହି, ପ୍ରଭୁ ତୁମ ପୂଜା ପାଇଁ
    ଏତିକି ଆଶିଷ ଥାଉ ଏହି ମର୍ତ୍ତରେ ।

ଅକାତ କାତ ଜଳରେ,ସାହା ହୁଅ ତୁମେ ବାରେ
      ଆତ୍ମଜ୍ଞାନେ ଚଳୁଥିବି ଭକତି ମାର୍ଗେ
ମିନତି ମୋହର ଘେନ, କୃପାନିଧି ନାରାୟଣ
    ମନ ମୋର ନ ବଦଳୁ ଆତ୍ମାର ଗର୍ବେ ।

ରଞ୍ଜନ କୁମାର ପଣ୍ଡା

Post a Comment

0 Comments