ଅମାନିଆ ମନ ମାନୁ ନାହିଁ କିଛି
ମାନିଛି ଯାହାକୁ ଛାଡେ ନାହିଁ କତି
ଏହିତ ସଂସାର ସ୍ନେହ
ଭାଇ ସଂସାରର ସ୍ନେହ ।
ମୋହ ମମତାର ଡୋରି ଏଠି ଅଛି
ପର ବି ଏଠାରେ ଆପଣା ସାଜିଛି
ଏହିତ ସଂସାର ସ୍ନେହ
ଭାଇ ସଂସାରର ସ୍ନେହ ।
ରାଗ ରୁଷା ଏଠି ଦିନକର କଥା
ଅଭିମାନ ମନେ ଦିଏ ବଡ଼ ବ୍ୟଥା
ଏହିତ ସଂସାର ସ୍ନେହ
ଭାଇ ସଂସାରର ସ୍ନେହ ।
ଜଣେ ରାଗିଗଲେ ଆଉ ଜଣେ ହସେ
ହସରେ ହସରେ ଅଭିମାନ ଦିଶେ
ଏହିତ ସଂସାର ସ୍ନେହ
ଭାଇ ସଂସାରର ସ୍ନେହ ।
କହୁ କି ନ କହୁ ମନ କଥା ବୁଝେ
ଆବଶ୍ୟକ ତାର ନପଚାରି ବୁଝେ
ଏହିତ ସଂସାର ସ୍ନେହ
ଭାଇ ସଂସାରର ସ୍ନେହ ।
ନାରୀ କି ପୁରୁଷ ଭେଦ ଭାବ ନାହିଁ
ଏକଇ ମାଆର ପରି ସେ ଚଳଇ
ଏହିତ ସଂସାଦ ସ୍ନେହ
ଭାଇ ସଂସାରର ସ୍ନେହ ।
ଋଷି ଯାଉଥିଲେ ମିଠା କଥା କହେ
ବିପଦ ବେଳରେ ପାଖେ ପାଖେ ରହେ
ଏହିତ ସଂସାର ସ୍ନେହ
ଭାଇ ସଂସାରର ସ୍ନେହ ।
ଦେହ ସିନା ଭିନ୍ନ ମନ ଯାର ଏକ
ଦୁଃଖରେ ସୁଖରେ ବୁହାଏ ଲୋତକ
ଏହିତ ସଂସାର ସ୍ନେହ
ଭାଇ ସଂସାରର ସ୍ନେହ ।
ଉପଦେଶ ଯାର ଭବିଷ୍ୟତ ଗଢ଼େ
ନିଜେ ଦୁଃଖେ ରହି ଆନେ ସୁଖ ଭରେ
ଏହିତ ସଂସାର ସ୍ନେହ
ଭାଇ ସଂସାରର ସ୍ନେହ ।
ଆଲୁଅ ଅନ୍ଧାର ଯା'ପାଇଁ ସମାନ
ପର ଆପଣାରେ ନଥାଏ ଯା ମନ
ଏହିତ ସଂସାର ସ୍ନେହ
ଭାଇ ସଂସାରର ସ୍ନେହ ।
ଜଗତ ଠାକୁର ଏତିକି ମିନତି
ଯେ ଯାଉ ଦୁରେଇ ମୁଁ ଥାଏ ତା'କତି
ନିକଟେ ନଥିଲେ ଦୁରରେ ବି ଥାଏ
ତା'କଲ୍ୟାଣ ପାଇଁ ତୋର ପାଖେ ଯାଏ
ଏହିତ ସଂସାର ସ୍ନେହ
ଭାଇ ସଂସାରର ସ୍ନେହ ।
ରଞ୍ଜନ କୁମାର ପଣ୍ଡା
କୋରାପୁଟ



0 Comments