ଧନ୍ୟ ହୋଇଗଲି ଶ୍ରମିକ ଜନମେ - ରଞ୍ଜନ କୁମାର ଭୁକ୍ତା


ଶ୍ରମିକ ମରୁଛି ନୀତି ପ୍ରତିଦିନ
     ନାର୍ଯ୍ୟ ଅଧିକାର ପାଇଁ
ଉଚିତ୍ ବେତନ ସାହେବ ଖାଉଛି
   ଶାସକ ପଡ଼ିଛି ଶୋଇ ।।

ବରଷକ ବାର ମାସରେ ମିଳୁନି
    ପେଟ ପାଇଁ ପୁରା ଦାନା
ଆଜିର ଶ୍ରମିକ ଦାଦନ ଖଟୁଛି
   ଭୋଗୁଛି ଦୁଃଖ ଯାତନା ।।

ବାରଦ୍ୱାର ବୁଲି ଭିକ ମାଗୁଅଛି
    ମିଳୁନି ସଠିକ୍ କାର୍ଯ୍ୟ
ନେହୁରା ହେଲେକି ମୁଣ୍ଡ ବାଡେଇଲେ
   ଶୁଣୁନି କେନ୍ଦ୍ର କି ରାଜ୍ୟ ।।

ଧନ୍ୟ ଧନ୍ୟ ଛାମୁ ତୁମର ନିୟମ
    ଧନ୍ୟ ଧନ୍ୟ ସରକାର
ଧନ୍ୟ ହୋଇଗଲି ଶ୍ରମିକ ଜନମେ
   ଧନ୍ୟ ଏ ମିଥ୍ୟା ପ୍ରଚାର ।।


ରାକଶ, ତାଳଚେର, ଅନୁଗୋଳ
ମୋ - ୯୪୩୯୪୯୯୬୧୫

Post a Comment

0 Comments