"ଶ୍ରମିକ ଦିବସ" ଅଭିନନ୍ଦନ କାହିଁକି ଜଣାଅ ମୋତେ?
କରୋନା ନେଇଛି ରୋଜଗାର ପନ୍ଥା
ଠିଆ କରାଇକି ଭୋକ ଶୋଷ ରାଜପଥେ..(୧)
ବୋଷ୍ଟନ ଟି ପାର୍ଟିରୁ ଆମେରିକା ମୁକ୍ତ
କରିଥିଲୁ ଏଇ ହାତେ
ଆଜି କିନ୍ତୁ ଆମ ପାଦ ଟଳମଳ
ରକ୍ତ ଆଲେଖ୍ୟ ଲିଭୁଛି ଆଜି ନିଶୀଥେ..(୨)
ଏଇ ହାତେ ଗଢୁ ହର୍ମ୍ୟରାଜି ରାସ୍ତା କଡେ ଯାଉ ଶୋଇ
ବୁର୍ଜୁଆ ଗୋଷ୍ଠୀର ଶୋଷଣେ ଶୋଷିତ
ଗଧ ଭଳି ଖଟୁ, ମଜୁରି ତ ମିଳୁନାହିଁ..(୩)
ଶ୍ରମିକ ଉନ୍ନତି ବଡ଼ ରାଜନୀତି ନଥିପତ୍ରେ ଦବି ଯାଏ
ବୁଭୁକ୍ଷୁ ଶ୍ରମିକ ନିରାହାରେ ଶୁଏ
ଶ୍ରମିକ କାନ୍ଧରେ ଠିଆ ହୋଇ ନେତା
ବଡ଼ଲୋକ ହୋଇଯାଏ..(୪)
ମାଟି ବାଲି ଗୋଡି ପଥର, ଶାବଳ ନିହଣ ମୁଗୁର
ପିଠିରେ କୁବ୍ଜ ହାତରେ ବିଣ୍ଡି ଦେଇ
ସଜାଇ ଦେଇଛି ନିଶ୍ଵ ଶ୍ରମିକ ପ୍ରବର..(୫)
ଶ୍ରମିକ ଦିବସ ଅଭିନନ୍ଦନ କାହିଁକି ଜଣଅ ମୋତେ?
ସାମନ୍ତ ଗୋଷ୍ଠୀର ପଟ୍ଟା ପିନ୍ଧା ସ୍ୱାନ
ଜୀବନ ଶୃଙ୍ଖଳ ବନ୍ଧା ପରା ତାଙ୍କ ହାତେ..(୬)
ବାସ୍ତୁହରା ମୁଁ ପ୍ରବାସୀ ଶ୍ରମିକ ବନ୍ଧା ମୋ ଜୀବନ ରେଖା
ପ୍ରହାର ଖାଇ ଅଗ୍ନି ବଳୟ ଡିଏଁ
ଲିଭିଯାଉ ପଛେ ମୋ ବୁନିୟାଦିର ଅନ୍ତିମ ଦୀପ ଶିଖା..(୭)
ଜଳୁଛି କ୍ରୋଧାଗ୍ନି, ଶରୀରର ରକ୍ତ
ଫୁଟେ ଟକ୍ ମକ୍ ହୋଇ
ଆସୁଛି ଯେବେ ତାତ୍ସ୍ୟଲ୍ୟ ଭରା ମଇ
ପ୍ରଥମ ଦିବସେ ଭିତ୍ତିହୀନ "ଶ୍ରମିକ ଦିବସ" ନେଇ..(୮)
ଦଣ୍ଡୋର, ନୟାଗଡ



0 Comments