ଲହୁ ଦାତା - ତୁଷାର କାନ୍ତ ପ୍ରସାଦ


ନବ ନିର୍ମାଣର ପୁରୋଧା ଶ୍ରମିକ,
     ନିଜେ ନିଜ ପାଇଁ ଭାଗ୍ୟ ବିଧାତା।
ଶ୍ରମ ଦାନ ତା'ର ଦେଖେ ଏ ସଂସାର,
     କାହିଁ କୁହେ ନାହିଁ ସେ ଲହୁ ଦାତା।।

କର୍ମେ ମଗ୍ନ ସଦା କର୍ମଯୋଗୀ ସାଜି,
     ମାନେ ନାହିଁ କେବେ ବରଷା ଝଡ଼।
ବାଧାବିଘ୍ନ ସତ୍ତ୍ଵେ ଲକ୍ଷ୍ଯ ହୁଡେ ନାହିଁ,
     ବିକାଶ ର ଯିଏ ଗଢଇ ନୀଡ଼।।

ସ୍ବେଦ ସାଗରରେ ଦେହକୁ ପଖାଳେ,
     ଯନ୍ତ୍ରଣା କୁ ସଦା ଲୁଚାଏ ମନେ।
ଅଟ୍ଟାଳିକା ଯେତେ ଐତିହ୍ୟ ସ୍ମାରକୀ,
    ଦାନ ତା'ର ଯାହା ଦେଖ ନୟନେ।।

ପ୍ରତିବାଦ ଶୂନ୍ୟ ପ୍ରତିମୂର୍ତ୍ତି ଟିଏ,
      ବିକାଶ ପ୍ରଚ୍ଛଦପଟ ନାୟକ।
ପ୍ରତିଦାନେ ଦେବା ହୃଦ ରୁ ସମ୍ମାନ,
      ଲହୁ ଦାତା ପାଇଁ ପାରିଶ୍ରମିକ।।

ତୁଷାର କାନ୍ତ ପ୍ରସାଦ
 ବାଇଁଶ୍ରୀଆ, ଯାଜପୁର

Post a Comment

0 Comments