କୃଷ୍ଣ ଚୁଡା ଦେଉଛି ହସି
ସୁରୁଜ ତାପରେ ଧରା ଜଳୁ ଅଛି
ଝାଞ୍ଜି ବହୁ ଅଛି ନ ଲଗେ ଖୁସି
କୃଷ୍ଣ ଚୁଡା ଦେଉଛି.....(ଘୋଷା)
ଗାଆଁ ସହରରେ ସଡ଼କ ପାଖରେ
କୃଷ୍ଣ ଚୁଡା ହସେ ଥୁଣ୍ଟା ଗଛରେ
ନାଲି ପାଟ ପିନ୍ଧି ସୁନ୍ଦରୀ ସାଜିଛି
ସବୁରି ମନକୁ କିଣି ନେଉଛି
ଐଶ୍ଵର୍ଯ୍ୟ ଶୋଭାର ରୂପ ଅନୁପମା
ପାଖେ ଦୂରେ ଥିଲେ ପ୍ରୀତି ବରଷି
କୃଷ୍ଣ ଚୁଡା ଦେଉଛି........(୧)
ବୃକ୍ଷ ଡ଼ାଳୁ ଝରେ ବସୁଧା କୋଳରେ
ନାଲି ପାଖୁଡ଼ାର ପଣତ ତାରେ
ଖୁସି ଭରି ଦିଏ ସବୁରି ପ୍ରାଣରେ
ସ୍ନେହ ପ୍ରେମ ପ୍ରୀତି ପୁଲକ ଭରେ
ଠାକୁରାଣୀ ଯାତ୍ରା ଦଣ୍ଡ ପରବରେ
ମାଆଙ୍କ ଚରଣେ ହେଉ ତୁ ତୋଷି
କୃଷ୍ଣ ଚୁଡା ଦେଉଛି......(୨)
କିଏ କହେ ତୋତେ ପ୍ରେମ ରଙ୍ଗ ପୁଣି
କିଏ କହୁ ଥାଇ ରଙ୍ଗ ଓଢଣୀ
ପ୍ରେମିକ ଆଖିରେ କୃଷ୍ଣ ଚୁଡା ଦିଶ
ପ୍ରେମିକା ଓଠର ନାଲି ପରଶ
କା ଆଖିରେ ଦିଶେ ମାନସୀର ହସ
ପ୍ରାତ ମଳୟରେ ପଡିଛ ବସି
କୃଷ୍ଣ ଚୁଡା ଦେଉଛି...... (୩)
ଗାନ୍ଧିନଗର, ନବରଙ୍ଗପୁର



0 Comments