ହଁ, ମୁଁ ଶ୍ରମିକ - କଳ୍ପନା ରାୟ


ହଁ, ମୁଁ ଶ୍ରମିକ, ଯିଏ ଶ୍ରମଦାନ କରେ
ସେ ହେଉ କୋଣାର୍କ ଅଵା ଆଉ କ'ଣ
କେବେ କେହି ଦେଖିଛି କି ମୋ ଶିରାଳ ହାତ
ବା ଦୁଃଖ କରିଛି କି ଦେଖି ମୋ ଘର୍ମାକ୍ତ ଦେହ
ମୁଁ ଗଢିଛି ତାଜମହଲ, ବଡ଼ ବଡ଼ ଛାତ
ମୁଁ ଗଢିଛି ପୋଖରୀ ଆଉ ତା ଭିତର ମାଛ

ହଁ, ହଁ, ମୁଁ ଶ୍ରମିକ, ସଜାଏ ମୋ ଶ୍ରମରେ
ବିବାହ ବେଦୀଠୁ ଜନ୍ମ ଉତ୍ସବ ସାଜସଜ୍ଜାରେ
ମୋର ଭେକରେ ନାହିଁ ଲୋଭ, ଖାଲି ଚଳେ ଗାମୁଛାରେ
ଶୀତର ଥର ମୋ ଘରେ ପଶେ ଅକ୍ଳେଶରେ
ଗ୍ରୀଷ୍ମପ୍ରବାହ ଜନିତ କଷ୍ଟ ମେଣ୍ଟାଏ ଗଛ ମୂଳରେ
ଦୁଃଖ କରେନି ମୁଁ ଘରେ ଦେଖି ବର୍ଷା ପାଣିରେ

ହଁ, ହଁ, ମୁଁ ଶ୍ରମିକ, ଶ୍ରମ ପାଇଁ ମୋ ଲୋଭ
ଶ୍ରମ କରେ ମୁଁ, କହେନି କେବେ ମିଛ
ଧପାବାଜି କରେନି ମୁଁ ସର୍ବଦା ଥାଏ ସ୍ଵଛ
ଯୌବନର ରୋମାଞ୍ଚଭରା ସମୟ କଟେ ଆଶାହୀନ
ତଥାପି କେବେ ମୁଁ ହୁଏନି ଦୁର୍ବଳ ମନ
ରାସ୍ତାଠାରୁ ଘରକାମ, ଚାଷଠାରୁ ଵାଵୁମନ
ସବୁକୁ କରିଥାଏ ଯତ୍ନରେ ଦେଇ ମନଧ୍ୟାନ

ହଁ, ହଁ ମୁଁ ଶ୍ରମିକ, ମୋ ବିନା ସବୁ ଅସମ୍ଭବ
ତଥାପି ହୀନମନ୍ୟତା ମୋ ଠାରୁ ଅଧିକ କିଏ ପାଇବ
ମୋ ପିଲା ବଡ଼ ବଡ଼ ସ୍କୁଲ ଦୁଆର କାହୁଁ ବା ଯାଇପାରିବ
ମୋ ପିଲା ସ୍ତ୍ରୀ ଅନ୍ୟର ଦେବା ପଦାର୍ଥ କୁ ଚାହିଁ ଥିବ
ଜୀବନସାରା ସଂଗ୍ରାମ ଜାରି ରହିଥିବ
କିନ୍ତୁ ଚୋରି କେବେ କରିବା ବୁଦ୍ଧି ମୋ ଦ୍ଵାରା ନୋହିବ
ଝାଳଵୁହା ଧନ ପାଇଁ ଲହୁ ନିର୍ବିଘ୍ନ ରେ ଗଡାଇଵ
ତଥାପି ମୋ ପାଇଁ ପ୍ରତ୍ୟେକ ଲୋକ ଝୁରିଵ l 

କଳ୍ପନା ରାୟ
ସମ୍ବଲପୁର

Post a Comment

0 Comments