ହେ ବୀର ଯବାନ - ଜଗବନ୍ଧୁ ସାହୁ

ହେ ‐ ହେ ବୀର ଯବାନ ତୁମକୁ ସାଲାମ୍
        ଧନ୍ଯ ତୁମ ଦେଶ ଭକ୍ତି
ପରିବାର ପ୍ରେମ     ପାଦରେ ଆଡେଇ
         ବଢାଇଲ ଦେଶ ଶକ୍ତି l 

ବୀ ‐ ବୀର ପୁତ୍ର ଗଣ ମୋ ମାଟି ମାଆର
       ଘେନ ଅଶ୍ରୁ ଶ୍ରଦ୍ଧାଞ୍ଜଳି
ମୋ ମାଟି ମାଆକୁ ଦେଇ ଯେ ସୁରକ୍ଷା
        ଭୂମିରେ ପଡିଲ ଟଳି l

ର ‐ ରବି ସମ ତେଜ  ନେଇ ଆସିଥିଲ
     ମୋ ମାଟି ମାଆର କୋଳେ
ଶତ୍ରୁକୁ ଦମନ        କରିବା ପାଇଁ ଯେ
        ଭୟ କଲ ନାହିଁ ତିଳେ l

ଜ ‐ ଜୀବନକୁ ତୁମ ଲଗାଇଲ ବାଜି
         ଅରଜିଲ କୀର୍ତ୍ତି ଯଶ
ଛାତିକୁ ଫୁଲାଇ        ତୁମ ପାଇଁ ଆଜି
         ଗର୍ବିତ ଆମରି ଦେଶ l

ବା ‐ ବାରୁଦ-ଗୋଳାକୁ    ସାମନା କରୁଛ
         ହାତରେ ବନ୍ଧୁକ ଧରି
ଯୁଦ୍ଧ ଭୂମିକୁ ଯେ       ଯାଉଅଛ ତୁମେ
         ଜୟ ଜୟକାର କରି l

ନ ‐ ନମନ ମୋ ଘେନ ହେ ବୀର ଯବାନ
       ଥାଉ ହୃଦେ ଦେଶ ଭକ୍ତି
ଯାହା ଦେଇଗଲ       ବଳୀଦାନ ତୁମେ
           ଚିର ସ୍ମରଣୀୟ ସ୍ମୃତି l 

ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ, ଗଞ୍ଜାମ
ଦୂରଭାଷା ‐ 8780042579

Post a Comment

0 Comments