ଭାବର ସାଗରେ ଭାସୁଅଛି ମୁଁହି
ତୁମେ ପରା ଭାବଗ୍ରାହୀ
ଭାବନାରେ ମୋର କଳଙ୍କ ନ ଲାଗୁ
ତୁମରି ଆଶ୍ରିତ ମୁହିଁ ।
ସଂସାରେ ଅଲୋଡ଼ା ମୋ ପରି ମଣିଷ
ସ୍ୱାର୍ଥ ମୋର ପାଶେ ନାହିଁ
ସ୍ବାର୍ଥୀ ମଣିଷର ବଚନ ସୁନ୍ଦର
ନିସ୍ୱାର୍ଥ ଭାବରେ ମୁହିଁ ।
ଯାହା ଦଣ୍ଡ ଦେବ ଦିଅ ମହାବାହୁ
ଭାବ ମୁଁ ଛାଡ଼ିବି ନାହିଁ
ଭାବ ବିନୋଦିଆ ତୁମେ ହେ ସାଆନ୍ତ
ଭାବନାରେ ଥାଅ ରହି ।
ଭାବନା ମୋହର ଥାଉ ତୁମଠାରେ
ଏତିକି ମିନତି ମୋର
ଭାବନା ବିହୁନେ ଭକ୍ତି ଭାବ ନାହିଁ
ହୋଇଯିବି ସାତ ପର।
ରଞ୍ଜନ କୁମାର ପଣ୍ଡା



0 Comments