ଜୀବନର ମାନେ ଜୀବନ ହିଁ ଜାଣେ
ସିଏ ଯେତେ ଦିନ ଜିଏ ।
ଖେଳିବା ହସିବା ବଢିବା ସମୟ
ସବୁ ତା ସାଥିରେ ଯାଏ ।।
ଘାତ ଦିଏ ଯିଏ ଘାଟ ଜଗେ ସିଏ
ଶରଣ ତା ପାଶେ ନେଲି ।
ଭାଇ ବନ୍ଧୁ ସଖା ଚିକିତ୍ସକ ଠାରୁ
ତା ରୂପ ଫେରି ପାଇଲି ।।
ହସିଲା ମୋ ପ୍ରାଣ ହସିଲେ ସଜ୍ଜନ
ଲଭି ତା କରୁଣା ରାଶି ।
ନୁଆଁଏ ମଥା ମୋ ବୀର ଯୋଦ୍ଧା ପାଶେ
ସୁମରି ତାଙ୍କ ଶକତି ।।
ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ
ଚିକିଟୀ ଗଡ଼, ଗଞ୍ଜାମ
ଫୋନ୍ ନଂ - 9437858788



0 Comments