ଲଜ୍ଜା ଠାରୁ ବନ୍ଧୁ ଏଇ ସଂସାରରେ
ବଡ ନୁହେଁ ଆଉ କିଛି
ଲଜ୍ଜା ଛାଡିଗଲେ ମଣିଷ ଥୋବେଡା
କରନ୍ତି ସମସ୍ତେ ଛି ଛି l
ଥରେ ଲୋକ ଲଜ୍ଜା ହେଲେ ଏ ମଣିଷ
ହଜେ ତାର ସ୍ବାଭିମାନ
ଆଉ ଫେରେ ନାହିଁ ବାଣ୍ଟି ଦେଲେ ମଧ୍ଯ
କୁବେର ସମାନ ଧନ l
ମଣିଷ ଜୀବନେ ସବୁ ଠାରୁ ଦମି
ଅଟେ ପରା ସ୍ବାଭିମାନ
ତେଣୁ ଯେ ସମସ୍ତେ ଲୋକ ଲଜ୍ଜା ଠାରୁ
ରୁହ ହୋଇ ସାବଧାନ l
ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ, ଗଞ୍ଜାମ
ଦୂରଭାଷା ‐ 8780042579



0 Comments