ମୁଁ ଶ୍ରମିକ ଟିଏ, ମୁଁ ଶ୍ରମିକ ଟିଏ
ସମାଜ ସାଗରେ ଜାତିର ନାଆରେ
ଲକ୍ଷ ବିହୀନ ସେ ଜଳ ପଥପରେ
ମୁଁ ଯେ ନାଉରି ଟିଏ
ମୁଁ ଶ୍ରମିକ ଟିଏ,,,,,,,,,,,,,,,,,,,,,,,,,,।।
ସକାଳରୁ ସଞ୍ଜ ସଞ୍ଜରୁ ସକାଳ
ନିରନ୍ତର ଚାଲେ ମୋ କର୍ମ ଜଞ୍ଜାଳ
କର୍ମରେ ମୁଁ ମାତିଥାଏ
ମୁଁ ଶ୍ରମିକ ଟିଏ ,,,,,,,,,,,,,,,,,,,,,,,, ।।
ଶ୍ରମ ମୋର ବୃତ୍ତି ଗରିବ ମୋ ଜାତି
ପାଇବାର ଆଶା ସେ ଧନ ସମ୍ପତ୍ତି
ମୋ ମନେ ଜମା ନଥାଏ
ମୁଁ ଶ୍ରମିକ ଟିଏ,,,,,,,,,,,,,,,,,,,,,,,,,, ।।
ବଡ଼ ବଡ଼ କୋଠା ଅଟ୍ଟାଳିକା ମାନ
ନିର୍ମାଣ କରେ ମୁଁ ଖଟି ଗଧ ସମ
ତଥାପି ତା ମୋର ନୁହେଁ
ମୁଁ ଶ୍ରମିକ ଟିଏ,,,,,,,,,,,,,,,,,,,,,,,,,,,।।
ନିରୀହ ମୋ ମନେ ସରଳ ଭାବନା
ପେଟ ପାଇଁ ଦାନା ପିନ୍ଧିବାକୁ କନା
ଏତିକି ହିଁ ଲୋଡ଼ା ହୁଏ
ମୁଁ ଶ୍ରମିକ ଟିଏ,,,,,,,,,,,,,,,,,,,,,,,,,,, ।।
ତିଳ ରାଉତ
ଜଡ଼ାମୁଣ୍ଡା, ନୂଆପଡ଼ା



0 Comments