ଜୟ ମାଗୋ ଦଣ୍ତକାଳୀ - ଜଗବନ୍ଧୁ ସାହୁ

ଫଗୁଣ ଫେରିଲା  ଫଗୁ ବୋଳି ଦେଇ
         ଚୈତ୍ର ଆସିଲା ଚାଲି
ତୁମ ଆଗମନେ        ଧରା ଫୁଲକିତ
        ଜୟ ମାଗୋ ଦଣ୍ତକାଳୀ l

ଢୋଲ କରତାଳେ    ମହୁରୀ ଶବଦେ
          ପୁରି ଉଠିଲା ଏ ଧରା
ଝୁଣା ମହକୁଛି     ମହ ମହ ହୋଇ
        ଚଉଦିଗେ ବାସେ ପରା l

ଗାୟକର କଣ୍ଠେ     ତୁମରି ଜଣାଣ
         ବୁଲି ଗାଆଁ ସାହି ସାହି
ତେରଭୁକ୍ତା ଗଣ      ଭୋଗନ୍ତି କଷଣ
         ଖରା-ତରା ଝାଞ୍ଜି ସହି l

ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ, ଗଞ୍ଜାମ
ଦୂରଭାଷା ‐ 8780042579

Post a Comment

0 Comments