ଧନ୍ଯ ତୁମ କାରବାର - ଜଗବନ୍ଧୁ ସାହୁ

ଗରିବଙ୍କ ପାଇଁ   ଦେବତା ସାଜିଛ
      ଆହେ ତୁମେ ସରକାର
ଟଙ୍କାଟିଏ ଦେଇ   ପଚାଶେ ଲୁଟୁଛ
        ଧନ୍ଯ ତୁମ କାରବାର l 

କୋରନା କୋରନା ବୋବାଳି ଛାଡିକି
        ଲଗାଇଛ ଗୋଟେ ନିଳା
ସାବଧାନ ହୁଅ        ସରକାର ତୁମେ
         ନହଲେ ଭାଙ୍ଗିବ କିଳା l 

ଇଲେସନ ପାଇଁ     ରାଲି ଯେ କରୁଛ
        ହଜାରେ ଲୋକକୁ ଧରି
ଗାଆଁ ଗାଆଁ ସାହି   ସାହି ଯେ ବୁଲୁଛ
         ଖାତିରି ଟିକେ ନକରି l 

ଧର୍ମ କାର୍ଯ୍ଯ ସବୁ   ବନ୍ଦ ଯେ  କରୁଛ
         ମଦ କାଉଣ୍ଟର ଖୋଲି
କହୁଛି କୋରନା    ଅଛି କଟକଣା
        ପୋଲିସି ଲାଠିକୁ ଧରି l 

ଡାକ୍ତର ଏଇଠି        ରୋଗ ଚିହ୍ନିଛନ୍ତି
          ଛ'ମିଟର ଦୂରେ ଥାଇ
କାଶ ହୋଇଥିଲେ କୋରନା ହୋଇଛି
       ବୋଲି ଯେ କହନ୍ତି ସେଇ l 


ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ, ଗଞ୍ଜାମ
ଦୂରଭାଷା ‐ 8780042579

Post a Comment

0 Comments