ମିନତି ଘେନ (୧୧୫) - ରଞ୍ଜନ କୁମାର ପଣ୍ଡା


ବିଶ୍ଵ ଦରବାର     ଖାଲି ଖାଲି ଲାଗେ
        ରଖ ରଖ ନାରାୟଣ
ସୃଷ୍ଟିର ମହକ         ପୁଣ୍ୟବନ୍ତ ଲୋକ
        ତୁମେ ତ ତାର କାରଣ ।

ଧର୍ମର ବାରଣ        ମାନିଲେନି କେହି
         କର୍ମର କଷଣ ପାଏ
ଧର୍ମର ନାମରେ        ଅଧର୍ମ ଆଚରି
          ଜଗତକୁ ଦୁଃଖ ଦିଏ ।

ଛଳନା କପଟ          ପ୍ରାଣ କେନ୍ଦ୍ର ଯାର
           ସଂକଟରେ ଛଟପଟ
ବିଭୁଦତ୍ତ ଗୁଣ          କରି ପରିହାର
          ଅଧର୍ମେ ପୁରାଏ ପେଟ ।

ଧର୍ମର ବିନାଶ       କରିଛି ମଣିଷ
         ଅଧର୍ମକୁ ସାଥିକରି
ସାଧୁସନ୍ଥ ଜନେ      କଷଣ ଦେଇଛି
         ଅଧର୍ମ ମାର୍ଗ ଆଦରି ।

ଅଧର୍ମ ଶକତି       ଅଢେ଼ଇ ଦିନର
      ଧର୍ମେ ଥାଏ ଯା'ର ମତି
ଜାଣିଛି ଯେ ଜନ     କରେ ପୁଣ୍ୟ କର୍ମ
      ଧର୍ମ ରଥେ କରେ ଗତି ।

ସମୟ ଆସିଛି        ପ୍ରାଯଶ୍ଚିତ ପାଇଁ
        ବିଭୁପଦେ ଦିଅ ମନ
ଜଗତ କଲ୍ୟାଣ       ପାଇଁ ମୋର ମନ
         ମିନତି ମୋହର ଘେନ ।


ରଞ୍ଜନ କୁମାର ପଣ୍ଡା
କୋରାପୁଟ

Post a Comment

0 Comments