କାଳିଆରେ କେତେଥର
ଦୁଃଖ ତୋତେ କହିବି
ଦୁଃଖ ଦରିଆରେ ପଡି
ଆଉ କେତେ ସହିବି।
କିଦୋଷ ଦେଖିଲ ମୋର
ଦୁଃଖ ଦେଲ କପାଳେ
ରକ୍ଷାକର ଚକାଆଖି
ଡାକୁଅଛି ବିକଳେ।
ପାଇଲିନି ଦିନେ ସୁଖ
ଜୀବନଟା ଯନ୍ତ୍ରଣା
ଜୀବନର ଚଲାପଥେ
କେତେ ଖାଲ ଖମଣା।
ଦୁଃଖରେ କନ୍ଦାଇ ମୋତେ
ଆଖି ଦେଲ ଭିଜେଇ
ଡାକ ମୋର ଶୁଣୁନାହଁ
ଡାକେ କଣ୍ଠ ଫଟେଇ।
କାହିଁକି ନିର୍ଦ୍ଦୟ ହେଲ
ଆହେ କଳା ଠାକୁର
ମୋର ଫଟା କପାଳକୁ
ହେଲ ପ୍ରଭୁ ପଥର।
ଦୟାର ସାଗର ବୋଲି
କରୁଅଛି ଗୁହାରି
ଏଇ ଭବ ସାଗରରୁ
ଦେବ ମୋତେ ଉଦ୍ଧାରି।
ଭଙ୍ଗା ମନ ନେଇ ପ୍ରଭୁ
ଧରୁଅଛି ଚରଣ
ରକ୍ଷାକର ମହାବାହୁ
ପଶୁଅଛି ଶରଣ।
ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ନୟାଗଡ଼



0 Comments