ଆ... ରେ ମୋ ନୀଳମଣି - ବୈଦ୍ୟନାଥ ପଣ୍ଡା


ନୀଳମଣି ରେ ମୋ ନୀଳମଣି
     ତୁହି ବାବୁ ମୋର ନୟନମଣୀ
ଆ ଥରେ ଧନ କୋଳକୁ ମୋର
                ଦେବି ତତେ ମୁଁ ସର ଲବଣି
ନୀଳମଣି ରେ........................ ll
ଅନ୍ଧର ଲଉଡ଼ି  ବାବୁ
             ତୁ ମୋର ହୃଦଚନ୍ଦନ
ମୋ ଆଖିର ଜ୍ୟୋତି ତୁହି
              ତୁ ମୋ ରଙ୍କୁଣୀର ଧନ
ତୋ ବିନା ଅଧା ଲାଗେ
          ମୋର ଜୀବନ କାହାଣୀ
ନୀଳମଣି ରେ..................... ll
ଯଶୋଦା ପରି ମୁଁ ତତେ
               ପିଟିବିନି ଛାଟରେ
ଅଳି କଲେ ଚାନ୍ଦ ଆଣି
              ଧରେଇବି ହାତରେ
ରୁଷିଗଲେ ଧନ ମୋର
                 ଖୁଆଇବି ଲବଣି
ନୀଳମଣି ରେ................. ll
ଛାଡି ରତ୍ନସିଂହାସନ
         ଆ ରେ ମୋ ପାଖୁ ଧନ
ପିନ୍ଧାଇବି ସ୍ନେହେ ତତେ
            ଆଣି ମୁଁ ପାଟବସନ
କାନ୍ଧେ ଧରି ଶୁଆଇବି
             ଶୁଣାଇ ତତେ କାହାଣୀ
ନୀଳମଣି ରେ ମୋ................. ll

 ବୈଦ୍ୟନାଥ ପଣ୍ଡା
 ଅବଦଲ ପୁର, ଯାଜପୁର
 ଭ୍ରାମ୍ୟଭାଷ=9439854199

Post a Comment

0 Comments