ବୃଦ୍ଧ କାଲେ ରାସଲୀଳା - ଜଗବନ୍ଧୁ ସାହୁ

ମାଧିଆ ମଉସା   ମଲ୍ଲିକାକୁ ଦେଖି
        ମନ ତାଙ୍କ ଛନ ଛନ
ବୁଢା ବୟଷରେ   ପାଗଳ କରିଛି
          ମଲ୍ଲିକାର ଯଉବନ l 

ପାଚଲା ଦାଢିରେ  ପାନିଆଁ ମାରନ୍ତି
         ନିତି ସିଏ ଘାଇଁ ଘାଇଁ
ମଲ୍ଲିକା ଆସେନି  ପାଖକୁ ତାଙ୍କର
        ଦିନ ଯାଏ ଚାହିଁ ଚାହିଁ l

ମଲ୍ଲିକାର ଗୋଟେ  ଫୋଟ ଟିଏ ଧରି
        ଦେଉଥାନ୍ତି ଖାଲି ଚୁମା
ମଲ୍ଲିକାର ଡିପି   ଦେଖି ବଢେ ବିପି
      ରାତି ଅଧେ ଫୁଟେ ବୋମା l

କୋଉ ଟୋକା ଯଦି  କମେଣ୍ଟ ମାରନ୍ତି
         କହୁଛନ୍ତି ଆରେ ଶଳା
ତୋପରି ବୟଷେ  ବାରଟା ଛୁଆକୁ
        ମୁଁ ଜନମ କରିଲା ବାଲା l 

ମାଧିଆ ମଉସା  ହାବ ଭାବ ଦେଖି
      ରମା ମାଉସୀ ହେଲେ ଉଭା
ମଲ୍ଲିକାର କଥା    ଛାଡ ପ୍ରାଣ ନାଥ
      ଚାଲ ନେବା ପ୍ରେମ ମଜା l 

ଯେତେ ବୁଢା ହେବ ସେତିକି ଯେ ଲୋଡା
      ରୋମାନ୍ସିଆ ପ୍ରେମ ରସ
ଆଗକୁ ଆଉ ଯେ ଲେଖୁ ନାହିଁ ବେଶି
        ଏଇଠି କରୁଛି ଶେଷ l

ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ, ଗଞ୍ଜାମ
ଦୂରଭାଷା ‐ 8780042579

Post a Comment

0 Comments