ମୁଁ ଶ୍ରମିକ ଟିଏ - ରାମ ଚନ୍ଦ୍ର ମହାନ୍ତି



ଶ୍ରମିକ ଟିଏ ମୋ ନାମେ ଆଜି
ଦିନ ପାଳନ ହୁଏ,
ଧରି ଲଙ୍ଗଳ କରୁଛି ହଳ
କ୍ଷୁଧା ଦୂରେଇ ଦିଏ।।

ଗଢ଼ି ଉଠିଛି ପ୍ରସାଦ ମାନ
ମୋହର ସ୍ଵେଦ ବିନ୍ଦୁ,
ସ୍ଥାପତ୍ୟ କଳା କୀର୍ତ୍ତି ରେ ଭରା
ଦେଶର ପାଇଁ ବନ୍ଧୁ।।

ପଥର ଦେହେ ନିହାଣ ମାରି
ଗଢେ ଜୀବନ୍ତ ମୂର୍ତ୍ତୀ,
କର୍ତ୍ତବ୍ୟ ପଥେ ସଦା ଜାଗ୍ରତ
ମାେ ଦେଶ ପାଇଁ କୀର୍ତ୍ତି।।

ପକ୍କା ସଡ଼କ ରେଳ ର ପଥ
ଗଢିଛି ମୋର ହାତ,
ଶିଳ୍ପ ଜଗତ ମୋହ ପରଶେ
ହୋଇଛି ଆଜି ଖ୍ୟାତ।।

ବନ୍ଧୁକ ଧରି ଶତ୍ରୁକୁ ତଡ଼ି
ସୀମା ରେ ଥାଏ ଜଗି,
ଜୀବନ ମୋର ସୁଖ ଦୁଃଖର
ହୋଇନି କେବେ ଭୋଗି ।।

ରାମ ଚନ୍ଦ୍ର ମହାନ୍ତି
ବାଣ ତୁମ୍ବ, ବେଲଗୁଣ୍ଠ, ଗଞ୍ଜାମ

Post a Comment

0 Comments