ହାତେ ଧରିଥିଲି ଅବିର ଫରୁଆ
ଖେଳିବା ପାଇଁ ଯେ ରଙ୍ଗ
ସକାଳୁ ସକାଳୁ ଶାଳିଟା ମୋହର
ଦେଇ ଦେଇ ଥିଲା ଭାଙ୍ଗ
ଭାଙ୍ଗ ନିଶା ଯେବେ ମୁଣ୍ତକୁ ଚଢିଲା
କାଳି ବି ଦିଶିଲେ ଗୋରୀ
ପିଠି ପଟେ ମୋର ଲେଖି ଦେଇଗଲେ
ଫୁଲ୍ ଲଭ୍ ଷ୍ଟୋରୀ
ସ୍ତ୍ରୀ ଅଣ୍ତିରିଚଣ୍ତି ପିନ୍ଧି ନାକ ଦଣ୍ତି
ଝାଡୁ ଟିଏ ହାତେ ଧରି
ଆଗପଛ କିଛି ନ ଭାବିଣ ସିଏ
ଦେଲା ଏକଛତ୍ର କରି
ମୁଁ କହିଲି ସରି ସରି
ହେଲେ ସେ ଓଦଣ୍ତି ଶୁଣିଲାନି ମୋର
ଥରେ ବି ମାତ୍ର ଗୁହାରି l
ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ, ଗଞ୍ଜାମ
ଦୂରଭାଷା ‐ 8780042579



0 Comments