ଦେଉଳ ହୋଇଛି ମନା - ଅଜୟ କୁମାର ମହାନ୍ତି


ଦେଉଳ ତୋହର ମନାରେ କାଳିଆ 
କେମିତି ଯିବି ମୁଁ କହ 
ତୋ ଦର୍ଶନ ପାଇଁ ବ୍ୟାକୁଳ ମୋ ମନ 
ଛାତିରୁ ଉଠୁଛି କୋହ। 
ନିରୋଳାରେ ବସି ଦେଉଳ ଭିତରେ 
ଘେନୁଛୁ ସକଳ ପୂଜା 
ଭକ୍ତ ଗହଳି କି ଭଲ ଲାଗୁନାହିଁ 
ମଉନେ ମାରୁଛୁ ମଜା। 
ପଲକ ପଡ଼େନା ତୋ ଚକା ଆଖିରେ 
ସବୁ ପରା ତୁ ଦେଖୁଛୁ 
ଦେଖି ଶୁଣି ସବୁ ନୀରବେ ରହୁଛୁ 
ଏକି ଲୀଳା ତୁ ଭେଇଛୁ।
ଆଖିରୁ ମୋ ଲୁହ ଝରୁ ନାହିଁ ଆଉ 
ହୃଦୟରୁ ବହେ ଲୁହ 
ଭବ ସାଗରରେ ଭାସି ଯିବା ବେଳେ 
କାହା ପାଶେ ଯିବି କହ। 

ଅଜୟ କୁମାର ମହାନ୍ତି
ହରିପୁର, କବିରପୁର, ଯାଜପୁର

Post a Comment

0 Comments