ରଜନୀ ଗାନ୍ଧା ମୁଁ ହେଲି - ବାସନ୍ତୀ ଲତା ଜେନା


ସଦ୍ୟ ସୁବାସିତ  ରଜନୀ ଗନ୍ଧାକୁ
        ଶେଯ ପରେ ପକାଇଲି
ପ୍ରିୟତମ ଚାହିଁ  ରାତି ପାହି ଗଲା
       ସାଥି ମୁଖ ନ ଦେଖିଲି
     ରଜନୀ ଗାନ୍ଧା ମୁଁ....... (0)

ଛଟପଟ ହେଲି ସାରା ରାତି ମୁଁ ଯେ
     ଦେହରେ ଭରିଲା ତାତି
ରଜନୀ ଗାନ୍ଧାର ବାସ ମଉଳିଲା
       ପାହିଗଲା ଧୀରେ ରାତି
ଜହ୍ନ ଲୁଚିଗଲା ସୁରୁଜ ଆଲୋକେ 
      ଯାତନାରେ ଜଳିଗଲି
      ରଜନୀ ଗାନ୍ଧା ମୁଁ......(୧)

ଝରକା ଫାଙ୍କରେ ଅନାଇ ରହିଲି
       ଅପଲକ ନୟନରେ
କୁହ ସାଥି ତୁମେ କେଉଁଠି ରହିଲ
       ଅଶ୍ରୁ ଝରେ ନୟନରେ
ଅଭିସାରିକା ମୁଁ ଶୂନ୍ୟ ବିଛଣାରେ
    ପ୍ରୀତି ଲାଗି ଜଳିଗଲି
     ରଜନୀ ଗାନ୍ଧା ମୁଁ.......(୨)

କଥା ଦେଇ କଥା ରଖିପାରିଲନି
   ଠକି ଦେଲ କାହିଁ ପାଇଁ 
ତୁମରି ପ୍ରେମରେ ବାଉଳି ହୋଇଲି
       ଆଖିରେ ମୋ ନିଦ ନାହିଁ
ଛଳନା କରିଲ ମୋ ସାଥିରେ ତୁମେ
      କେଉଁ ଅପରାଧ କଲି
       ରଜନୀ ଗାନ୍ଧା ମୁଁ.......(୩)


ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା : ନବରଙ୍ଗପୁର
ପିନ କୋଡ଼ :764059

Post a Comment

0 Comments